‘ମର୍ଦ୍ଦାନୀ୨’ର ସୁଟିଂ ଆରମ୍ଭ, ଦମଦାର୍ ଲୁକରେ ରାନୀ

ଅନେକ ଦିନର ବ୍ୟବଧାନ ପରେ ‘ମର୍ଦ୍ଦାନୀ୨’ ମାଧ୍ୟମରେ ରାନୀ ମୁଖାର୍ଜି ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି । ଏହାର ସୁଟିଂ ଆରମ୍ଭ ହୋଇଯାଇଛି ଏବଂ ସୁଟିଂ ସେଟରୁ ରାନୀଙ୍କ ଫାଷ୍ଟ୍ ଲୁକ୍ ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଫଟୋରେ ଧଳା ରଙ୍ଗର ସାର୍ଟ ଓ କଳା ପ୍ୟାଣ୍ଟ୍ କ୍ୟାରି କରିଥିବା ରାନୀଙ୍କ ଲୁକ୍ ଖୁବ୍ ଦମଦାର୍ ମନେ ହେଉଛି । ଏଭଳି ଏକ ଲୁକ୍ ପାଇଁ ରାନୀ ପ୍ରଶଂସକ ମହଲରୁ ଅନେକ ପ୍ରଶଂସା ସାଉଁଟିଛନ୍ତି ।

ସୂଚନାଯୋଗ୍ୟ ୨୦୧୪ରେ ମୁକ୍ତିଲାଭ କରିଥିବା ‘ମର୍ଦ୍ଦାନୀ’ର ସିକ୍ୱେଲ୍ ଭାବେ ‘ମର୍ଦ୍ଦାନୀ୨’ ପ୍ରସ୍ତୁତ କରାଯାଉଛି । ଶିଶୁମାନଙ୍କ ଚୋରାଚାଲାଣ ଉପରେ ଆଧାରିତ ଏହି ଫିଲ୍ମ ସେହି ସମୟରେ ବକ୍ସ ଅଫିସ୍ରେ ଧମାକେଦାର୍ ବ୍ୟବସାୟ କରିଥିଲା । ଫିଲ୍ମର କାହାଣୀ ଅନୁଯାୟୀ ରାନୀ ଅପରାଧ ଶାଖାର ବରିଷ୍ଠ ନିରୀକ୍ଷକ ଶିବାନୀ ଶିବାଜୀ ରାୟ ଭୂମିକାରେ ଥିଲେ । ‘ମର୍ଦ୍ଦାନୀ୨’କୁ ଆଦିତ୍ୟ ଚୋପ୍ରା ପ୍ରଯୋଜନା କରୁଥିବାବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଗୋପୀ ପୁଥରନ୍ । ‘ମର୍ଦ୍ଦାନୀ’ ଭଳି ଏହାର ସିକ୍ୱେଲ୍ ମଧ୍ୟ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିବ ବୋଲି ଫିଲ୍ମଟିମ୍ ପକ୍ଷରୁ ଆଶା କରାଯାଉଛି ।

Leave a Reply

Your email address will not be published.