ରାୟଗଡ଼ାରେ ଭୋଟ୍‌ ବର୍ଜନ ଡାକରା

ରାୟଗଡ଼ା, (ଓଟି): ମାଓବାଦୀଙ୍କ ପକ୍ଷରୁ ଭୋଟ୍‌ ବର୍ଜନ ଡାକରା ଦିଆଯାଇଛି। ରାୟଗଡ଼ା ଜିଲ୍ଲା ବାଘୁନା ଡିଭିଜନାଲ୍‌ କମିଟି ପକ୍ଷରୁ ଏଥିନେଇ ପୋଷ୍ଟର ମରାଯାଇଛି। ଏପ୍ରିଲ୍‌ ୧୧ରେ ରାୟଗଡ଼ାରେ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବାକୁ ସେମାନେ ଡାକରା ଦେଇଛନ୍ତି। ରାୟଗଡ଼ା ଏରିଆ କମିଟି ଅଧୀନରେ ଥିବା ତ୍ରିଲୋଚନପୁର, ପାର୍ସାଲି, ମୁନିଖୋଲ, ଶିବପଦର, ସୁନାଖଣ୍ଡି, କୁର୍ଲି, ନାକରୁଣ୍ଡି, ଗୁଣୁପୁର, ଯୁଗସାଇପାଟଣା, ପାହାଡ଼ପଦର ଆଦି ପଞ୍ଚାୟତରେ ଏହି ଡାକରାକୁ ସମର୍ଥନ କରିବାକୁ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି।

ଭୋଟ୍‌ ନୁହେଁ ସଂଘର୍ଷ କରି ଅଧିକାର ହାସଲ୍‌ କରିବାକୁ କୁହାଯାଇଛି। ଗଣତନ୍ତ୍ରକୁ ମିଛ ଓ ଠକ ବୋଲି ବଣ୍ଣନା କରାଯାଇଛି।

ଯେଉଁ ହାତଲେଖା ପୋଷ୍ଟରସବୁ ମରାଯାଇଛି ସେଥିରେ ଉଭୟ ବିଜେଡି ଓ ବିଜେପିକୁ ବର୍ଜନ କରିବରକୁ କୁହାଯାଇଛି। ସଂସଦ ଓ ବିଧାନସଭାକୁ ଘୁଷୁରିଶାଳ ଭାବେ ବଣ୍ଣନା କରାଯାଇଛି। ଜନଯୁଦ୍ଧକୁ ତେଜ କରିବୁ ଆହ୍ବାନ ଦିଆଯାଇଛି। ଦରଦାମ ବୃଦ୍ଧି ଭ୍ରଷ୍ଟାଚାର, ବିଭିନ୍ନ ଦୁର୍ନୀତି ବିଷୟକୁ ସାମ୍ନାକୁ ଆଣିଛି ଏହି ସଂଗଠନ

Leave a Reply

Your email address will not be published.