ମୋଦିଙ୍କ ଶପଥ ଗ୍ରହଣରେ ଯୋଗ ଦେବେ ଦକ୍ଷିଣ-ଏସୀୟ ଦେଶ ମୁଖ୍ୟ
ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟଥର ସରକାର ଗଠନ ପାଇଁ ଶପଥ ଗ୍ରହଣ ସମାବେଶକୁ ଅଧିକ ସ୍ମରଣୀ୍ର କରିବା ପାଇଁ ଚିନ୍ତା କରୁଛି ବିଜେପି ଓ ସରକାର। ଏହିକ୍ରମରେ ଆନ୍ତର୍ଜାତୀୟ ସ୍ତରର ଅନେକ ନେତା ଓ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। ବିଦେଶରୁ ଅତିଥିମାନେ ମଧ୍ୟ ଏଥିନେଇ ସହମତି ପ୍ରକାଶ କରିଛନ୍ତି। ଦେଶର ପ୍ରତିଷ୍ଠିତ ନେତା, ବ୍ୟକ୍ତି ବିଶେଷଙ୍କ ସହ ବିରୋଧୀ ଦଳ ନେତାମାନେ ମଧ୍ୟ ଏଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
ଯେଉଁ ଅନ୍ତର୍ଜାତୀୟ ଅତିଥି ଏଥିରେ ଯୋଗ ଦେବାକୁ ନିଶ୍ଚିତ କରିଛନ୍ତି ସେମାନେ ହେଲେ ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଅବ୍ଦୁଲ୍ ହମିଦ୍, ଶ୍ରୀଲଙ୍କା ପ୍ରତିପକ୍ଷ ମୈଥିରିପାଳ ସିରିାସନା, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଅଲୀ। ସେହିଭଳି ଭୂଟାନର ପ୍ରଧାନମନ୍ତ୍ରୀ ଡ. ଲୋଟେ ସେରିନ୍, ମିୟାଁମାର ରାଷ୍ଟ୍ରପତି ୟୁ ୱିନ୍ ମିଣ୍ଟ, କାରଗିସ୍ତାନ୍ ରାଷ୍ଟ୍ରପତି ସୋରନ୍ ବୟ ଜୀନ୍ ବେକୋଭ୍, ଥାଇଲାଣ୍ଡ ସ୍ଵତନ୍ତ୍ର ରାଷ୍ଟ୍ରଦୂତ ବୁନ୍ରାକ୍ ଏହି ଉତ୍ସବରେ ଯୋଗ ଦେବାକୁ ନିଶ୍ଚିତ ପ୍ରକାଶ କରିଛନ୍ତି।