ତାଣ୍ଡବ କରିବେ ମାନୁଷୀ
୨୦୧୭ରେ ମିସ୍ୱାଲର୍ଡ଼ ହୋଇଥିବା ଅନନ୍ୟା ସୁନ୍ଦରୀ ମାନୁଷୀ ଛିଲ୍ଲର୍ ବଡ଼ ପରଦା ସହିତ ୱେବ୍ ଦୁନିଆରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଲ୍ଲୀ ଆବାସ୍ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ୱେବ୍ ଶୋ’ ‘ତାଣ୍ଡବ’ରେ ମାନୁଷୀ ଲୁକ୍ ଟେଷ୍ଟ୍ ଦେଇଛନ୍ତି ବୋଲି ସୂଚନା ମିଳିଛି । ଏହାର ଲିଡ୍ ଭୂମିକା ପାଇଁ ବହୁ ପୂର୍ବରୁ ସୈଫ୍ ଫାଇନାଲ୍ ହୋଇସାରିଛନ୍ତି । ୟଶରାଜ୍ ଷ୍ଟୁଡିଓ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ଶୋ’ ଲୋକପ୍ରିୟ ଆମେରିକିୟ ଶୋ’ ‘ହାଉସ୍ ଅଫ୍ କାର୍ଡ଼ସ୍’ରୁ ପ୍ରେରିତ ।
ଆଗାମୀ ୨-୩ ମାସ ମଧ୍ୟରେ ଏହାର ସୁଟିଂ ଆରମ୍ଭ ହୋଇଯିବ ଏବଂ ଆଗାମୀ ବର୍ଷ ୨୦୨୦ ମେ’ କିମ୍ବା ଜୁନ୍ ମାସ ମଧ୍ୟରେ ଏହା ରିଲିଜ୍ ହେବ । ଏହାର କାହାଣୀ ରାଜନୈତିକ ପୃଷ୍ଟଭୂମି ଉପରେ ଆଧାରିତ । ତେବେ ଅଲ୍ଲୀ ଆବାସଙ୍କ ସହିତ ମାନୁଷୀଙ୍କ ୱେବ୍ ଡେବ୍ୟୁ ପାଇଁ ପ୍ରଶଂସକ ଶୁଭକାମନା ଜଣାଇଛନ୍ତି । ସୈଫ୍ ଓ ମାନୁଷୀଙ୍କ ଯୋଡ଼ି ଦର୍ଶକଙ୍କୁ ଆକୃଷ୍ଟ କରିପାରୁଛି କି ନାହିଁ, ତାହା କେବଳ ସମୟ ହିଁ କହିବ ।