ଲୋକସଭା ଲଢ଼ିବେ ଡକ୍ଟର ମନମୋହନ ସିଂହ

ଚଳିତ ବର୍ଷ ଜୁନ୍‌ମାସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ରାଜ୍ୟସଭା କାର୍ଯ୍ୟକାଳ ସଂପୂର୍ଣ୍ଣ ହେଉଛି। ଏବେ ଆଉ ରାଜ୍ୟସଭାକୁ ଯିବାର ସମ୍ଭାବନା ନଥିବାରୁ ତେଣୁ ସେ ପ୍ରଥମ ଥର ପାଇଁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଖବର ମିଳିଛି। ବର୍ତ୍ତମାନ ସ୍ଥିତିରେ ପୁଣି ଥରେ ଡ଼ ମନମୋହନ ସିଂଙ୍କୁ ରାଜ୍ୟସଭାକୁ ପଠାଇବା କଂଗ୍ରେସ ପକ୍ଷରେ ସମ୍ଭବପୁର ନୁହେଁ। ଏହାର ମୁଖ୍ୟ କାରଣ ହେଲା ଦକ୍ଷିଣ ଭାରତୀୟ ରାଜ୍ୟରୁ ୬ଜଣ ରାଜ୍ୟସଭା ସାଂସଦ ଜୁଲାଇରେ ଅବସର ଗ୍ରହଣ କରିବେ। କାରଣ ତାମିଲନାଡ଼ୁରେ କଂଗ୍ରେସର ବିଧାୟକ ସଂଖ୍ୟା ଦୃଷ୍ଟିରୁ ମନମୋହନ ସିଂହଙ୍କୁ ଆଉ ଥରେ ରାଜ୍ୟସଭାକୁ ପଠାଇ ପାରିବ ନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ତେଣୁ ଏଥର କଂଗ୍ରେସ ମନମୋହନ ସିଂହଙ୍କୁ ଲୋକସଭାର ଟିକେଟ୍‌ଦେବ ବୋଲି ଜଣାଯାଇଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବର ଅମୃତସର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଡ଼ ମନମୋହନ ସିଂହ ଲୋକସଭା ନିର୍ବାଚନ ଲଢିବେ। ଗତ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅରୁଣ ଜେଟଲି ଅମୃତସରରୁ ପରାଜୟ ବରଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ ପରେ ଡ଼.ମନମୋହନ ସିଂହ ସକ୍ରିୟ ରାଜନୀତିରେ ନାହାଁନ୍ତି।

Leave a Reply

Your email address will not be published.