ହସ୍‌ପିଟାଲ୍‌ରେ ମନମୋହନ ସିଂହ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବାରୁ ତାଙ୍କୁ ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ହସ୍‌ପିଟାଲ୍‌ ପକ୍ଷରୁ କୁହାଯାଇଛି।

୮୭ ବର୍ଷୀୟ ମନମୋହନଙ୍କୁ ଡାକ୍ତରୀ ପରାମର୍ଶ କ୍ରମେ ଚିକିତ୍ସା କାଳୀନ ପର୍ଯ୍ୟବେକ୍ଷଣ ଲାଗି କାର୍ଡିଓ ଥୋରାସିକ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ୨୦୦୯ ମସିହାରେ ଶ୍ରୀ ସିଂହଙ୍କ ହାର୍ଟରେ ବାଇପାସ୍‌ ସର୍ଜରୀ ହୋଇଥିଲା।

Leave a Reply

Your email address will not be published.