ମଣିପୁର ମଧ୍ୟ ହେଲା #କରୋନା ମୁକ୍ତ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା କବଳରୁ ଦେଶର ଆଉ ଗୋଟିଏ ରାଜ୍ୟ ମୁକ୍ତ ହୋଇଛି। ପୂର୍ବରୁ ଗୋଆ କରୋନାମୁକ୍ତ ହୋଇଥିବା ବେଳେ ସମ୍ପ୍ରତି ମଣିପୁରରୁ ଆସିଛି ଖୁସିଖବର। କରୋନାରୁ ମୁକ୍ତ ହୋଇଛି ମଣିପୁର। ରାଜ୍ୟରେ ଏବେ କେହି ବି କରୋନା ସଂକ୍ରମିତ ନଥିବା କୁହାଯାଇଛି।

ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି ଯେ, ମୋତେ କହିବାକୁ ଖୁସି ଲଗୁଛି କି, ଏବେ ମଣିପୁରରେ ଗୋଟିଏ ବି କରୋନା ରୋଗୀ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ୨ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ କରୋନାର କୌଣସି ମାମଲା ନାହିଁ। ଏହା ପୂର୍ବରୁ ଗୋଆ ଦେଶର ପ୍ରଥମ ରାଜ୍ୟ ଥିଲା, ଯେଉଁଠାରେ ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *