କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ୍ କେତେ?
ଲୋକସଭା ନିର୍ବାଚନ ପାଇଁ ବିଜେପି ସୋମବାର ଦିନ ତାର ଘୋଷଣା ପାତ୍ର ପ୍ରକାଶ କରିଛି। ବିଜେପି ତାର ଏହି ଘୋଷଣା ପତ୍ରରେ ସ୍ୱାସ୍ଥ୍ୟ, ଶିକ୍ଷା, ରାଷ୍ଟ୍ରୀୟ ସୁରକ୍ଷା ବ୍ୟତୀତ ଗରିବ, କୃଷକ ଓ ଯୁବକମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି। ଏହା ପୂର୍ବରୁ କଂଗ୍ରେସ ମଧ୍ୟ ତାର ଘୋଷଣା ପତ୍ର ପ୍ରକାଶ କରି ସାରିଛି। ତେବେ ଆସନ୍ତୁ ଜାଣିବା ବିଜେପି ଓ କଂଗ୍ରେସ ଘୋଷଣା ପତ୍ରରେ କାହାର କେତେ ଦମ୍ ରହିଛି।
୧-ରୋଜଗାର
କଂଗ୍ରେସ
- ବର୍ତ୍ତମାନର ନିଯୁକ୍ତି ବ୍ୟବସ୍ଥା ସହିତ ନୂଆ ନିଯୁକ୍ତ ସୃଷ୍ଟି ପାଇଁ ପ୍ରାଥମିକତା ଦିଆଯିବ।
- ୧ଏପ୍ରିଲ ୨୦୧୯ ଅନୁସାରେ କେନ୍ଦ୍ର ସରକାରଙ୍କ ସାର୍ବଜନୀନ କ୍ଷେତ୍ରରେ ଥିବା ଅନୁଷ୍ଠାନ, ନ୍ୟାୟପାଳିକା, ସଂସଦରେ ଖାଲି ଥିବା ସମସ୍ତ ୪ଲକ୍ଷ ପଦକୁ ୨୦୨୦ ମାର୍ଚ୍ଚ ସୁଦ୍ଧା ପୂରଣ କରାଯିବ।
- କଂଗ୍ରେସ ସରକାର ରାଜ୍ୟମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ତ୍ରି-ସ୍ତରୀୟ ପଞ୍ଚାୟତକୁ ଅର୍ଥ ବଣ୍ଟନ କରିବା ପୂର୍ବରୁ ଉପରୋକ୍ତ ଅନୁଷ୍ଠାନଗୁଡିକରେ ଖାଲିଥିବା ପଦବୀକୁ ( ପ୍ରାୟ ୨୦ଲକ୍ଷ) ପୂରଣ କରିବ।
- ସରକାରୀ ଯୋଜନାର କାର୍ଯ୍ୟାକାରୀତା ପାଇଁ ରାଜ୍ୟ ସରକାରଙ୍କ ସହିତ ତାଳମେଳ ରକ୍ଷା କରି ସ୍ଥାନୀୟ ଗ୍ରାମ ପଞ୍ଚାୟତ, ନଗର ପାଳିକାରେ ୧୦ ଲକ୍ଷ ସେବା ମିତ୍ର ନିଯୁକ୍ତିୀ କରାଯିବ। ଏହି ସେବା ମିତ୍ରମାନେ ସରକାରୀ ଯୋଜନାକୁ ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବେ।
- ସରକାରୀ ପରୀକ୍ଷା ଓ ସରକାରୀ ପଦବୀ ପାଇଁ ହେଉଥିବା ପରୀକ୍ଷାର ଆବେଦନ ଶୁËକୁ ଉଛେଦ କରାଯିବ।
- ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ବିସ୍ତାର କରାଯାଇ ପ୍ରଶିକ୍ଷଣ ପ୍ରାପ୍ତ ଅଧ୍ୟାପକ, ଡ଼ାକ୍ତର, ନର୍ସ, ପାରା ଚିକିତ୍ସା ଟେକ୍ନିସିଆନ, ସହାୟକ ଓ ପ୍ରଶାସକ ପଦବୀ ପାଇଁ ଲକ୍ଷାଧିକ ପଦବୀ ସୃଷ୍ଟି କରାଯିବ।
- ଛୋଟ ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସରକାରୀ ନିୟମରେ ରିହାତି ଦିଆଯିବ। ୧ ଏପ୍ରିଲ ୨୦୧୯ କିମ୍ୱା ସ୍ଥାପନାର ୩ବର୍ଷ ପର୍ଯ୍ୟନ୍ତ ସମସ୍ତ ସୁକ୍ଷ୍ମ ଉଦ୍ୟୋଗ ପାଇଁ ଲାଗୁ ହେଉଥିବା ଆଇନ ( ନ୍ୟୁନତମ ମଜୁରୀ ଓ କର ନିୟକମୁ ଛାଡି)ରୁ ବାଦ୍ ଦିଆଯିବ।
ବିଜେପି
- ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଗତି ଦେଇଥିବା ୨୨ଟି ଶୀର୍ଷ କ୍ଷେତ୍ରକୁ ଚିହ୍ନଟ କରି ସେହି କ୍ଷେତ୍ରରେ ନିର୍ଣ୍ଣାୟକ ନୀତି ମାଧ୍ୟମରେ ରୋଜଗାରର ନୂଆ ସୁବିଧା ସୃଷ୍ଟି କରାଯିବ।
- ଘରୋଇ ଓ ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଥିବା ସୁବିଧାକୁ ଧ୍ୟାନରେ ରଖି ଉଚ୍ଚ କ୍ଷମତା ବିଶିଷ୍ଟ କ୍ଷେତ୍ର ରକ୍ଷା, ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ରୋଜଗାର ସୃଷ୍ଟି ଦିଗରେ ପଦକ୍ଷେପ ନିଆଯିବ।
- ଉଦ୍ୟୋଗୀମାନଙ୍କୁ ୫୦ଲକ୍ଷ ପର୍ଯ୍ୟନ୍ତ ବିନା ବନ୍ଧକରେ ଋଣ ପ୍ରଦାନ ପାଇଁ ଯୋଜନା ଅଣାଯିବ।
- ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆର୍ଥିକ ସହାୟତା ଦିଆଯିବା ସହିତ ସେହି ରାଜ୍ୟଗୁଡିକରେ ରୋଜଗାର ସୃଷ୍ଟି ପାଇଁ ନୂଆ ଉଦ୍ୟମଶୀଳ ଉତ୍ତର-ପୂର୍ବ ଯୋଜନା ପ୍ରୗସ୍ତୁତ କରାଯିବ।
୨- କୃଷି
କଂଗ୍ରେସ
- ସବୁ ରାଜ୍ୟରେ କୃଷି ଋଣ ଛାଡ କରାଯିବ।
- କୃଷି ଋଣ ଦେୱାନୀ ମାମଲା ହୋଇଥିବାରୁ କୃଷି ଋଣ ପରିଶୋଧ କରିପାରୁନଥିବା କୃଷକଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ କରିବାକୁ ବ୍ୟାଙ୍କମାନଙ୍କୁ ଅନୁମତି ଦିଆଯିବ ନାହିଁ।
- କୃଷି କ୍ଷେତ୍ରକୁ ବିଶେଷ ମହତ୍ତ୍ୱ ଦେଇ ସ୍ୱତନ୍ତ୍ର କୃଷି ବଜେଟ୍ ଆଗତ କରାଯିବ।
- କୃଷି କ୍ଷେତ୍ରର ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ଏକ ସ୍ଥାୟୀ ରାଷ୍ଟ୍ରୀୟ କମିଶନ ‘କୃଷି ବିକାଶ ଓ ଯୋଜନା କମିଶନ’ ଗଠନ କରାଯିବ।
- ବଡ଼ ଗାଁ ଓ ଛୋଟ ଗାଁରେ ପର୍ଯ୍ୟାପ୍ତ ସରକାରୀ ବ୍ୟବସ୍ଥା ସହିତ କୃଷକ ବଜାର ସ୍ଥାପନ କରାଯିବ। ଫଳରେ କୃଷକ କୌଣସି ସମସ୍ୟା ବିନା ନିଜ ଉତ୍ପାଦ ବିକ୍ରି କରିପାରିବ।
ବିଜେପି
- ଦେଶର ସମସ୍ତ ଛୋଟ ଓ ନାମମାତ୍ର କୃଷକମାନଙ୍କୁ ପେନସନ ପ୍ରତିଶ୍ରୁତି, ୬୦ବର୍ଷ ପରେ କୃଷକମାନଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ ହୋଇପାରିବ।
- ୧ରୁ ୫ବର୍ଷ ପର୍ଯ୍ୟନ୍ତ ବିନା ସୁଧରେ ଏକ ଲକ୍ଷ ଟଙ୍କା ଅଳ୍ପ ସମୟ ଅମଳରେ ନେଇଥିବା କୃଷି ଋଣ ଠିକଣା ସମୟରେ ପରିଶୋଧ କଲେ ସୁଧ ଛାଡ କରାଯିବ।
- କୃଷି କ୍ଷେତ୍ରର ଉତ୍ପାଦକା ବୃଦ୍ଧି ପାଇଁ ୨୫ଲକ୍ଷ କୋଟି ବିନିଯୋଗ କରାଯିବା ଲକ୍ଷ୍ୟ
- ଜୈବିକ କୃଷିକୁ ପ୍ରେତ୍ସୋହନ
୩-ଶିକ୍ଷା
କଂଗ୍ରେସ
- ସରକାରୀ ସ୍କୁଲରେ ପ୍ରଥମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଓ ମାଗଣା ଶିକ୍ଷା।
- ସରକାରୀ ସ୍କୁଲରେ ବିଭିନ୍ନ ଉଦ୍ଦେଶ୍ୟରେ ଆଦାୟ କରାଯାଉଥିବା ଶୁËକୁ ବନ୍ଦ କରାଯିବ।
- ୨୦୨୩-୨୪ରେ ଶେଷ ହେଉଥିବା ୫ବର୍ଷୀୟ ଶିକ୍ଷା ପାଇଁ ବଜେଟକୁ ଦୁଇଗୁଣ କରାଯିବା ସହିତ ଜିଡିପିର ୬ଗୁଣ କରାଯିବ।
- ଲୋକଙ୍କ ଦାବି ଅନୁସାରେ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରାଯିବ।
- ୧ମ ଶ୍ରେଣୀରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଶିକ୍ଷା ପାଇଁ ବଜେଟ ଖର୍ଚ୍ଚକୁ ବୃଦ୍ଧି କରାଯିବ ଯେଉଁଥିରେ ଶ୍ରେଣୀ ଗୃହ, ପାଠାଗାର, ଲ୍ୟାବ୍ରୋଟୋରୀ, ଖେଳ ପଡ଼ିଆ, ଶୌଚାଳୟ, ପାନୀୟ ଜଳ ସାମିଳ ହେବ।
- ଦେଶରେ ପଛୁଆ ଅଞ୍ଚଳରେ ଅଧିକରୁ ଅଧିକ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ।
ବିଜେପି
- ପିଲାଙ୍କ ପ୍ରତିଭାକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଇନୋଭେଟିବ ଲର୍ଣ୍ଣିଂ ପ୍ରେଗ୍ରାମ
- ଶ୍ରେଣୀ ଗୃହରେ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରେଣୀ ଗୃହରେ ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ।
- ୨୦୨୪ ଭିତରେ ୨୦୦ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଖୋଲାଯିବ।
- ‘ଷ୍ଟଡି ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ବିଜୋୀ ଛାତ୍ରମାନଙ୍କ ସହିତ ଭାରତର ଉଚ୍ଚ ଶିକ୍ଷାକୁ ବିକଳ୍ପ ଭାବରେ ବିକଶିତ କରାଯିବ।
୪-ସ୍ୱାସ୍ଥ୍ୟ
କଂଗ୍ରେସ
- ୨୦୨୩-୨୪ ମଧ୍ୟରେ ସ୍ୱାସ୍ଥ୍ୟ ସୁବିଧା ପାଇଁ ଖର୍ଚ୍ଚ ପରିମାଣ ଦୁଇଗୁଣ କରାଯିବ। ଏହା ଜିଡିପିର ୩ଗୁଣା କରାଯିବ।
- ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଅଧିକାର ଆଇନ ଲାଗୁ କରାଯିବ।
- ଏଥିରେ ସବୁ ନାଗରିକଙ୍କ ସ୍ୱାସ୍ଥ୍ୟ ସେବା, ମାଗଣା ରୋଗ ନିଦାନ, ଓପିଡି ରୋଗୀ ଚିକିତ୍ସା, ଔଷଧ ଦିଆଯିବ। ସରକାରୀ ଡ଼ାକ୍ତରଖାନା ଓ ନିର୍ଦ୍ଧିଷ୍ଟ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ସୁବିଧା ପ୍ରଦାନ କରାଯିବ।
ବିଜେପି
- ୨୦୨୪ ଭିତରେ ଘରୋଇ କିମ୍ୱା ସରକାରୀ ସହଯୋଗରେ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ସ୍ତାପନ କରାଯିବ।
- ୨୦୨୪ ମଧ୍ୟରେ ଏମବିବିଏସ ଓ ବିଶେଷଜ୍ଞ ଡ଼ାକ୍ତରଙ୍କ ଦୁଇଗୁଣ ବୃଦ୍ଧି କରାଯିବ।
୫-ରାଷ୍ଟ୍ରୀୟ ସୁରକ୍ଷା
କଂଗ୍ରେସ
- ଦେଶକୁ ସୁରକ୍ଷିତ ରଖିବା ପାଇଁ ସୀମା ସୁରକ୍ଷା ସହିତ ଡ଼ାଟା ସିକ୍ୟୁରିଟି, ସାଇବର ସିକ୍ୟୁରିଟି, ଫାଇନାନସିଆଲ ସିକ୍ୟୁରିଟି, କମ୍ୟୁନିକେଶନ ସିକ୍ୟୁରିଟି ସହିତ ବ୍ୟବସାୟ ମାର୍ଗକୁ ସୁରକ୍ଷିତ କରାଯିବ।
- ସୁରକ୍ଷା ସମ୍ପର୍କୀତ ମାମଲାରେ ସରକାର ପ୍ରମୁଖ ପରାମର୍ଶଦାତା ଭାବେ ପ୍ରତିରକ୍ଷା ଟାସ୍କ ଫୋର୍ସ ପ୍ରମୁଖ (ସିଡ଼ିଏସ)ର କାର୍ଯ୍ୟାଳୟ ସ୍ଥାପନ କରାଯିବ।
- ପ୍ରତିରକ୍ଷା ଓ ସୁରକ୍ଷା ଉପକରଣ ନିର୍ମାଣ ପାଇଁ ଘରୋଇ କ୍ଷମତାକୁ ବିକଶିତ କରାଯିବ।
ବିଜେପି
- ପ୍ରତିରକ୍ଷା ସହିତ ଜଡିତ ବାକି ଉପକରଣ ଓ ହତିଆର କିଣାକୁ ଅଗ୍ରାଧିକାର ଦିଆଯିବ।
- ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ହେବାକୁ ଲକ୍ଷ୍ୟ।
- ଅବସରପ୍ରାପ୍ତ ସୈନିକଙ୍କ ଥଇଥାନ ପାଇଁ ଅଧିକ ପ୍ରଭାବଶାଳୀ ଢ଼ାଞ୍ଚା ପ୍ରସ୍ତୁତ କରାଯିବ।
- କେନ୍ଦ୍ରୀୟ ପୁଲିସ୍ ବଳଙ୍କ ଆଧୁନିକୀକରଣ ପ୍ରକ୍ରିୟାକୁ ବୃଦ୍ଧି କରାଯାଇ କାର୍ଯ୍ୟକ୍ଷମତା ଓ ଦକ୍ଷତା ବୃଦ୍ଧି କରାଯବ।
- ସୀମାବର୍ତ୍ତୀ ଅଞ୍ଚଳରେ ବିକାଶମୂଳକ କାମ ଓ ଆବଶ୍ୟକ ଇନଫ୍ରାଷ୍ଟ୍ରକଚର ନିର୍ମାଣ ଉପରେ ବିଶେଷ ଧ୍ୟାନ ଦିଆଯିବ।
- ୨୦୨୪ ପର୍ଯ୍ୟନ୍ତ ୧୪ଟି ନୂଆ ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟ ନିର୍ମାଣ କରାଯିବ। ଫଳରେ ପଡ଼ୋଶୀ ଦେଶ ସହିତ ବ୍ୟବସାୟ ଓ ଯାତ୍ରୀମାନଙ୍କ ଯିବା ଆସିବାରେ ସହାୟକ ହେବ।
- ଧାରା ୩୫ଏକୁ ବିଲୋପ କରାଯିବା ନେଇ ପ୍ରତିଶ୍ରୁତିବଦ୍ଧ। ଧାରା ୩୫ଏ ଜମ୍ମୁ-କାଶ୍ମୀରରେ ଅସ୍ଥାୟୀ ନିବାସୀ ଓ ମହିଳାଙ୍କ ପାଇଁ ଭେଦଭାବ ସୃଷ୍ଟି କରୁଛି।