ସାଇନାଙ୍କ ବାୟୋପିକରେ ନୂଆ ଚେହେରା
ଶ୍ରଦ୍ଧା କପୁରଙ୍କ ପରେ ସାଇନା ନେହେବାଲଙ୍କ ବାୟୋପିକରେ ପରିଣୀତିଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିଲା । ଏବେ ପରିଣୀତିଙ୍କ ସହିତ ଆଉ ଜଣେ ଅଭିନେତାଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି । ସେ ହେଉଛନ୍ତି ମାନବ କୌଲ୍ । ବିଗ୍ ବି ଓ ତାପସିଙ୍କ ଅଭିନୀତ ‘ବଦଲା’, ‘ଜଲି ଏଲଏଲବି୨’ ଓ ‘ତୁମହାରି ସୁଲ୍ଲୁ’ରେ ମାନବଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଏହି ବାୟୋପିକରେ ସେ ସାଇନାଙ୍କ କୋଚ୍ ପୁଲେଲା ଗୋପୀଚନ୍ଦଙ୍କ ଭୂମିକାରେ ଆସିବେ । ନିଜ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରିବା ପାଇଁ ମାନବ ଏବେଠାରୁ ଖୁବ୍ ପରିଶ୍ରମ କରୁଛନ୍ତି । ବାୟୋପିକର ସୁଟିଂ ଆସନ୍ତା ଅକ୍ଟୋବର ମାସରେ ଆରମ୍ଭ ହେବ । ପରିଣୀତି ମଧ୍ୟ ପ୍ରତ୍ୟେକ ଦିନ ବ୍ୟାଡମିଣ୍ଟନ୍ କୋଟରେ ୫ରୁ ୬ଘଣ୍ଟା ଦେଉଛନ୍ତି । ଫିଲ୍ମ ନିର୍ମାତାଙ୍କ କହିବା ଅନୁଯାୟୀ ମାନବ ସାଇନାଙ୍କ କୋଚ୍ ଭୂମିକା ପାଇଁ ଏକଦମ୍ ପରଫେକ୍ଟ । ସୂଚନାଯୋଗ୍ୟ ପ୍ରକାଶ ପାଦୁକୋଣଙ୍କ ପରେ ଗୋପିଚନ୍ଦ୍ ସବୁଠାରୁ ଦକ୍ଷ ଖେଳାଳି ଏବଂ ସେ ଭାରତୀୟ ବ୍ୟାଡମିଣ୍ଟନ୍ ଟିମର ଚିଫ୍ ନ୍ୟାସନାଲ୍ କୋଚ୍ ଭାବେ ଅଛନ୍ତି । ଏହି ବାୟୋପିକ୍ ଆସନ୍ତା ବର୍ଷ ପ୍ରଥମ ଭାଗରେ ଫ୍ଲୋରକୁ ଆସିବ ବୋଲି ସୂଚନା ମିଳିଛି ।