ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ହେଲେ ମାନସ ମଙ୍ଗରାଜ
ଭୁବନେଶ୍ଵର, (ଓଟି): ଦୀର୍ଘଦିନ ହେଲା ଓଡ଼ିଶାର ଗଣମାଧ୍ୟମ ଶିଳ୍ପ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ ସେଲ୍ର ନେତୃତ୍ଵ ନେଉଥିଲେ। ଏବେ ସେ ସରକାରଙ୍କ ଗଣମାଧ୍ୟମ ନୀତି ଆଲୋଚନାରେ ଭାଗ ନେବା ସହ ନିଜର ପରାମର୍ଶ ଦେଇପାରିବେ। ତେବେ ସେ ସରକାରଙ୍କ କ୍ୟାବିନେଟ୍ ବା ରାଜ ମନ୍ତ୍ରୀ ପାହ୍ୟା ଅଳଙ୍କୃତ କରିବେ ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।