କେନ୍ଦ୍ର ସଂସ୍କୃତି ତାଲିକାରେ ଓଡ଼ିଶାର ମାଣବସା, ଛଉନୃତ୍ୟ ଓ ରାବଣ ଛାୟା
ଭୁବନେଶ୍ୱର(ଓଟି): କେନ୍ଦ୍ର ସରକାରଙ୍କ ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ସ୍ଥାନ ପାଇଛି ରାଜ୍ୟର ୩ଟି ପ୍ରମୁଖ ସାଂସ୍କୃତିକ ପର୍ବ। ପାରମ୍ପରିକ ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି। ଫଳରେ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି।
ଭାରତ ସରକାରଙ୍କ ଏପରି ନିଷ୍ପତ୍ତି ଫଳରେ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିବ ବୋଲି ଆଶା ସଞ୍ଚାର ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶେଷ କୃତଜ୍ଞତା ଜଣାଇଛନ୍ତି। ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ ଐତିହ୍ୟ ଓ ସାଂସ୍କୃତିକ ସଂକେତକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟରେ ଜଣାଇଛନ୍ତି।