ସିବିଆଇକୁ ନବୀନ ଡ଼ରୁଛନ୍ତି: ମମତା
ଚିଟଫଣ୍ଡ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫଦାରୀ ଭୟ ଦେଖାଇ ନବୀନଙ୍କୁ ଡରାଇ ରଖିଛନ୍ତି। ଏଥିପାଇଁ ନବୀନ ବିଜେପି ବିରୋଧୀ ମହାମେଣ୍ଟରେ ଯୋଗ ଦେଉନାହାନ୍ତି ବୋଲି ମମତା ମମତା ବାନାର୍ଜୀ ଗୁରୁତର ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏବେ ମହଲରେ ଚର୍ଚ୍ଚା ବିଷୟବସ୍ତୁ ପାଲଟିଛି।
ପ୍ରେସ କ୍ଲବ ଅଫ ଇଣ୍ଡିଆରେ ମମତା ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାବେଳେ ଏପରି ଅଭିଯୋଗ କରିଛନ୍ତି। ମୋଦି ବିରୋଧୀ ମହାମେଣ୍ଟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବା ନେଇ ପ୍ରଶ୍ନର ଉତ୍ତରରେ ମମତା କହିଥିଲେ ନବୀନଙ୍କ ପ୍ରତି ତାଙ୍କର ବହୁ ସନମ୍ମାନ ରହିଛି। ହେଲେ ତାଙ୍କୁ ମୋଦି ଡରାଇ ରଖିଛନ୍ତି। ମମତାଙ୍କ ଏହି ମତାମତ ପରେ ନବୀନଙ୍କ ସମଦୁରତା ନୀତି ଉପରେ ପ୍ରଶ୍ନ ଉଠିଛି। ନବୀନଙ୍କର ଏହି ସମଦୁରତା କଥାକୁ ମମତା ମାନିବାକୁ ନାରାଜ। ମମତାଙ୍କ ଭଳି ନବୀନଙ୍କ ଦଳୀୟ ନେତା ଓ ଅଫିସର ମଧ୍ୟ ଚିଟଫଣ୍ଡ ଦୁର୍ନୀତି ଘଟଣାରେ ସିବିଆଇ ଜାଲରେ ଫସିଛନ୍ତି। ଯେତେବେଳେ ବି ସିବିଆଇ ନେଇ ପ୍ରଶ୍ନ ଉଠୁଛି ସେତେବେଳେ ମୁଖ୍ୟମନ୍ତ୍ରୀ ସମଦୁରତା କଥା କହି ଆସିଛନ୍ତି।
ଯାହାକୁ ନେଇ ଜାତୀୟ ସ୍ତରରେ ବି ପ୍ରଶ୍ନ ଉଠିଛି। କଂଗ୍ରେସ ସବୁବେଳେ ମମତାଙ୍କ ମତ ସହ ସହମତି ପ୍ରକାଶ କରି ଥିଲା ବେଳେ ବିଜେଡି ଏଥିରେ ସହମତ ହୋଇନାହିଁ। କିନ୍ତୁ ବିଜେପି ଆଶ୍ଚର୍ଯ୍ୟ ଜନକ ଭାବେ ନବୀନଙ୍କ ମତକୁ ସମର୍ଥନ କରିଛି ବୋଲି ମମତା ଅଭିଯୋଗ କରିଛନ୍ତି।