ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେନି ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଆୟୋଜନ ହେବାକୁ ଥିବା ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେବା କାର୍ଯ୍ୟକଅମରେ ଯୋଗଦେବେ ବୋଲି ପୂର୍ବରୁ ମମତା କହିଥିଲେ। କିନ୍ତୁ ଆଜି ସେ ଏହାକୁ ମନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବର ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ସେ ନିଜର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପିର ୫୪ ଜଣ କର୍ମୀଙ୍କ ହତ୍ୟା ହୋଇଥିବା ବିଜେପି କହୁଥିବାରୁ ତାହା ସତ୍ୟ ନୁହେଁ ବୋଲି ମମତା କହିଛନ୍ତି । ସେ କହିଛନ୍ତି ଯେ ବିଜେପିର ଏହି ଅଭିଯୋଗରେ ମର୍ମାହତ ହୋଇ ସେ ନିଜର ଦିଲ୍ଲୀ ଗସ୍ତକୁ ବାତିଲ କରିଦେଇଛନ୍ତି । ଗତକାଲି ଟିଏମସିର ୨ଜଣ ବିଧାୟକ ଓ ୫୦ରୁ ଅଧିକ କାଉନସିଲର ବିଜେପିରେ ଯୋଗ ଦେଇଥିଲେ। ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଓ ଟିଏମସି ୨୩ଟି ଆସନ ଜିତିଥିଲା ।

Leave a Reply

Your email address will not be published. Required fields are marked *