ଅନୁମତି ଦେଲେ ମମତା: ଶ୍ରମିକଙ୍କୁ ନେଇ ଆସିବ ୮ ଟ୍ରେନ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍): ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଦିଗରେ ଆବଶ୍ୟକ ସହଯୋଗ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବା ପରେ ପଶ୍ଚିମବଙ୍ଗ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଶନିବାର ପଶ୍ଚିମବଙ୍ଗ ସରକାର ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିବାକୁ ଥିବା ୮ଟି ସ୍ୱତନ୍ତ୍ର ଟ୍ରେନକୁ ରାଜ୍ୟ ମଧ୍ୟକୁ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି । ଶ୍ରମିକ ସ୍ପେଶାଲ ଭାବେ କେନ୍ଦ୍ର ସରକାର ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନକୁ ପଶ୍ଚିମବଙ୍ଗ ଆଗମନ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ସ୍ୱତନ୍ତ୍ର ଟ୍ରେନ ଯୋଗୁଁ ୨ଲକ୍ଷ ପ୍ରବାସୀ ଶ୍ରମିକ ନିଜ ଘରେ ପହଞ୍ଚିସାରିଲେଣି ।

Leave a Reply

Your email address will not be published. Required fields are marked *