ଲିକ୍ ହେଲା ‘ମଲଙ୍ଗ’ର ସୁଟିଂ ସେଟର କିଛି ଫଟୋ, ଭାଇରାଲ୍ ପରେ ବଢୁଛି ଫିଲ୍ମ ପ୍ରତି କ୍ରେଜ୍

ବି ଟାଉନର ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ପ୍ରଥମ ଥର ପାଇଁ ଦିଶା ପଟାନୀ ଓ ଆଦିତ୍ୟ ରାୟ କାପୁରଙ୍କ ଅନସ୍କ୍ରୀନ୍ ରୋମାନ୍ସ ଦେଖିବାକୁ ମିଳିବ । ଏହି ଖବର ପରେ ସିନେପ୍ରେମୀ ଖୁବ୍ ଉତ୍ସାହର ସହିତ ଫିଲ୍ମର ମୁକ୍ତିଲାଭ ତାରିଖକୁ ଅପେକ୍ଷା କରି ବସିଥିଲେ । ଇତିମଧ୍ୟରେ ସୁଟିଂ ସେଟ୍ର କିଛି ଫଟୋ ସୋସିଆଲ୍ ମିଡିଆରେ ଲିକ୍ ହେବା ପରେ ଫିଲ୍ମ ପ୍ରତି ଦର୍ଶକଙ୍କ କ୍ରେଜି ଆହୁରି ବଢିବାରେ ଲାଗିଛି । ମୋହିତ୍ ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ୍ କାପୁର୍ ଓ କୁଣାଲ୍ ଖେମୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ମୋହିତ୍ ସମସ୍ତ ଷ୍ଟାରକାଷ୍ଟ୍ ସହିତ ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଏହାପର ଠାରୁ ହିଁ ଫିଲ୍ମ ସମ୍ପର୍କିତ କିଛି କିଛି ନୂଆ ଖବର ସେୟାର୍ ହୋଇଚାଲିଛି ଏବଂ ଫିଲ୍ମ ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରୁଛି । ଫିଲ୍ମର ସୁଟିଂ ଜୋରସୋର୍ରେ ଚାଲିଥିଲେ ମଧ୍ୟ ଏହାର ମୁକ୍ତିଲାଭ ତାରିଖ ଜଣାପଡ଼ିନାହିଁ ।

Leave a Reply

Your email address will not be published.