ମଲାଇକାଙ୍କ ବ୍ୟକ୍ତିଗତ ତଥ୍ୟକୁ ଲିକ୍ କରୁଥିବା ବ୍ୟକ୍ତି କିଏ? ଜାଣନ୍ତୁ
ଆଜିକାଲି ଅର୍ଜୁନ୍ କପୁରଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ପାଇଁ ଚର୍ଚ୍ଚାରେ ରହିଥିବା ମଲାଇକାଙ୍କ ସମ୍ପର୍କରେ ଆଉ ଏକ ଖବର ଶୁଣିବାକୁ ମିଳିଛି । ମଲାଇକା ଅର୍ବାଜ୍ ଖାନ୍ଙ୍କୁ ଡିଭୋର୍ସ ଦେଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଦୁଇଜଣଙ୍କ ମଧ୍ୟରେ ଏକ ଭଲ ସାଙ୍ଗ ଭଳି ସମ୍ପର୍କ ରହିଛି । ଖାନ୍ ପରିବାରର ଅନେକ ଉତ୍ସବରେ ମଲାଇକାଙ୍କ ଉପସ୍ଥିତିର ଖବର ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ ହୋଇଆସିଛି ।
ତଥାପି ସ୍ୱାଭାବିକ ଭାବେ ମଲାଇକା ନିଜ ବ୍ୟକ୍ତିଗତ ଜୀବନର କିଛି କଥା ସୋସିଆଲ୍ ମିଡିଆରେ ସେୟାର୍ କରିବାକୁ ଚାହୁଁନାହାନ୍ତି । କିନ୍ତୁ ମଲାଇକା ଓ ଅର୍ଜୁନ୍ କପୁରଙ୍କୁ ନେଇ କିଛି ବ୍ୟକ୍ତିଗତ ତଥ୍ୟ ସୋସିଆଲ୍ ମିଡିଆରେ ସେୟାର୍ ହେଉଛି। ଏହା ଜାଣିବା ମାତ୍ରେ ମଲାଇକା ଏହାର ସମାଧାନ କରିଦେଇଛନ୍ତି । ତାଙ୍କର ବ୍ୟକ୍ତିଗତ ତଥ୍ୟକୁ ଲିକ୍ କରୁଥିବା ଡ୍ରାଇଭର୍ଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ସୂଚନା ମିଳିଛି ଯେ ମଲାଇକାଙ୍କ ଡ୍ରାଇଭର୍ ମୁକେଶ୍ ନିଜ ଭାଇ ବବ୍ଲୁଙ୍କ ସହିତ ମଲାଇକାଙ୍କ କିଛି ସିକ୍ରେଟ୍ ସେୟାର୍ କରିଥିଲେ ।
ଏସବୁ ଜାଣିବା ପରେ ଆଉ ଡେରି ନକରି ମଲାଇକା ତାଙ୍କ ଡ୍ରାଇଭର୍ଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି । ସୂଚନାଯୋଗ୍ୟ ଡିଭୋର୍ସ ପୂର୍ବରୁ ମଲାଇକା ଓ ଅର୍ବାଜ୍ ମୁକେଶ୍ ଓ ବବ୍ଲୁଙ୍କୁ ନିଜନିଜର ଡ୍ରାଇଭର୍ ଭାବେ ନିଯୁକ୍ତି ଦେଇଥିଲେ । ମୁକେଶ୍ ମଲାଇକାଙ୍କ ଡ୍ରାଇଭର୍ ଏବଂ ବବ୍ଲୁ ଅର୍ବାଜଙ୍କ ଡ୍ରାଇଭର୍ ଭାବେ କାମ କରୁଥିଲେ । କିନ୍ତୁ ଏବେ ମୁକୋଶଙ୍କ ହାତରୁ ଚାକିରି ଚାଲିଯାଇଥିଲାବେଳେ ବବ୍ଲୁଙ୍କ ଖବର କ’ଣ ହେବ, ତାହା ସମୟ କହିବ ।