ଟ୍ରୋଲ୍ ହେଉଛନ୍ତି ମଲାଇକା
ଅଭିନେତ୍ରୀଙ୍କ ଡ୍ରେସ୍କୁ ନେଇ କମେଣ୍ଟ୍କ କରିବାର ଧାରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଏହି ଧାରାରେ ଆଉ ଜଣେ ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି । ସେ ହେଉଛନ୍ତି ମଲାଇକା ଅରୋଡ଼ା । ସବୁବେଳେ ମଲାଇକା ଫ୍ୟାଶନ୍ ଆଇକନ୍ ଭାବେ ରହିଆସିଛନ୍ତି ।
ମଲାଇକାଙ୍କ ଡ୍ରେସ୍ ସେନ୍ସ ଓ ଷ୍ଟାଇଲିସ୍ ଲୁକ୍ ସବୁବେଳେ ଯୁବପିଢ଼ିଙ୍କ ଆକର୍ଷିତ କରିଛି । କିନ୍ତୁ ନିକଟରେ ମଲାଇକା ଏଭଳି ଏକ ଡ୍ରେସ୍ ପିନ୍ଧିଥିଲେ, ଯାହାକି ତାଙ୍କର ଷ୍ଟାଇଲିସ୍ ଇମେଜ୍ର ସମ୍ପୂର୍ଣ୍ଣ ବିପରୀତ ଥିଲା । ମଲାଇକା ଧୁସର ରଙ୍ଗର ଏକ ଲଙ୍ଗ୍ ସ୍ୱେଟ୍ସାର୍ଟ ପିନ୍ଧି ନିଜ ଗାଡ଼ିରୁ ବାହାରିଥିଲେ । ଏହି ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆର ୟୁଜର୍ସ ଏହାକୁ ନେଇ ଅନେକ କମେଣ୍ଟ୍ କରିଛନ୍ତି ।
ବୋଧହୁଏ ମଲାଇକା ପ୍ୟାଣ୍ଟ୍ ପିନ୍ଧିବା ଭୁଲି ଯାଇଛନ୍ତି’, ‘କ୍ଷମା କରନ୍ତୁ, କିନ୍ତୁ ମଲାଇକା ନିଜର ସର୍ଜରୀ କରାଇ ନିଅନ୍ତୁ’, ଏବଂ ‘ଖୁବ୍ ଭୟାନକ’ ଭଳି ଅନେକ କମେଣ୍ଟ୍ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି । ଆଉ କେତେଜଣ ୟୁଜର୍ସ ଲେଖିଛନ୍ତି ଯେ – ମଲାଇକା ଅର୍ଜୁନଙ୍କ ଟିସାର୍ଟ ପିନ୍ଧି ଆସିଯାଇଛନ୍ତି’ । କିନ୍ତୁ ମଲାଇକାଙ୍କ ପ୍ରଶଂସକଙ୍କୁ ଏହି ଡ୍ରେସ୍ ଖୁବ୍ ପସନ୍ଦ ହୋଇଛି ।