ଏହି ତାରିଖରେ ବିବାହ କରିବେ ମଲାଇକା-ଅର୍ଜୁନ୍
ବିଗତ କିଛିଦିନ ହେଲା ମଲାଇକା ଅରୋଡ଼ା ଓ ଅର୍ଜୁନ୍ କପୁରଙ୍କ ଆଫେୟାର୍ ଖବର ଲାଇମ୍ଲାଇଟ୍ର ମୁଖ୍ୟ ଚର୍ଚ୍ଚାରେ ରହିଆସିଛି । ରୋମାଣ୍ଟିକ୍ ଡେଟରୁ ଆରମ୍ଭ କରି ବିଭିନ୍ନ ପାର୍ଟି ଓ ଇଭେଣ୍ଟରେ ଏହି ଲଭବାର୍ଡ଼ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ରୋମାଣ୍ଟିକ୍ ଯୋଡ଼ି ଆସନ୍ତା ଏପ୍ରିଲ୍ ମାସରେ ହାତକୁ ଦି ହାତ ହେବେ ବୋଲି ଖବର ଶୁଣିବାକୁ ମିଳିଥିଲା । ଇତିମଧ୍ୟରେ ଏହି ଯୋଡ଼ିଙ୍କ ବିବାହ ତାରିଖ ସାମନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ଆସନ୍ତା ଏପ୍ରିଲ୍ ୧୯ ତାରିଖରେ ଏହି ଯୋଡ଼ି ବିବାହ ସୂତ୍ରରେ ବାନ୍ଧି ହେବେ ।
ଏହି ବିବାହରେ ଉଭୟ ପରିବାର ଏବଂ କେତେଜଣ ହାତଗଣତି ବନ୍ଧୁମାନେ ସାମିଲ୍ ହେବେ ବୋଲି ସୂଚନା ମିଳିଛି । ବଲିଉଡ୍ ତାରକାଙ୍କ ତାଲିକାରେ କେବଳ ଦୀପିକା, ରଣବୀର୍, କରିନା ଓ କରିସ୍ମାଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି । ତେବେ ଉଭୟ ତାରକାଙ୍କ ପ୍ରଶଂସକ ମହଲରେ ଏହି ଖବର ଅନେକ ଖୁସି ନେଇଆସିଛି ।