ମଲାଇକା-ଅର୍ଜୁନଙ୍କ ସମ୍ପର୍କକୁ ଗ୍ରୀନ୍ ସିଗ୍ନାଲ୍

ଡିନର୍ ଡେଟରୁ ଆରମ୍ଭ କରି ଫିଲ୍ମ ଦେଖିବା, ବିଭିନ୍ନ ପାର୍ଟି ଆଟେଣ୍ଡ୍ କରିବା, ସପିଙ୍ଗ୍ କରିବା ଇତ୍ୟାଦି, ଏବେ ଚାରିଆଡ଼େ ଅର୍ଜୁନ୍ କପୁର୍ ଓ ମଲାଇକା ଅରୋରାଙ୍କ ସମ୍ପର୍କର ଚର୍ଚ୍ଚା । କେବଳ ଏତିକି ନୁହେଁ ଏବେ ଦୁହେଁ ଦୁହିଁଙ୍କ ଘରକୁ ଯିବାଆସିବା କରିବା ମଧ୍ୟ ଲାଇମ୍ ଲାଇଟର ମୁଖ୍ୟ ବିଷୟ । ଏହାକୁ ଭିତ୍ତିକରି ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ଅର୍ଜୁନ୍ ଓ ମଲାକାଙ୍କ ସମ୍ପର୍କକୁ ମଞ୍ଜୁରି ମିଳିସାରିଛି ।

ଆଉ ଏହି ସମ୍ପର୍କ ଉପରେ ମୋହର ମାରିଛନ୍ତି ଅର୍ଜୁନଙ୍କ ଦାଦା ଅନିଲ୍ କପୁର୍ । ନିକଟରେ ଅନିଲ୍ ତାଙ୍କର ୬୨ ତମ ଜନ୍ମଦିନ ପାଳନ ଅବସରରେ ଏହି ସମ୍ପର୍କକୁ ମଞ୍ଜୁରି ଦେଇଛନ୍ତି । ଚର୍ଚ୍ଚା ହେଉଛି ଯେ ମଲାଇକା କପୁର୍ ପରିବାରକୁ ନୂଆ ସଦସ୍ୟ ଭାବେ ଆସିବା ପାଇଁ ଅନିଲ୍ ରାଜି ଅଛନ୍ତି । ବୋନିଙ୍କ ସହିତ ଏ ସମ୍ପର୍କରେ କଥା ହେବା ପାଇଁ ଅର୍ଜୁନ୍ ଅନିଲଙ୍କୁ କହିଛନ୍ତି ବୋଲି ଖବର ପ୍ରକାଶ ପାଇଛି ।

କିନ୍ତୁ ଏ ସମ୍ପର୍କରେ ବୋନି କପୁରଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ । ଚଳିତବର୍ଷ ଅର୍ଜୁନ୍ ଓ ମଲାଇକା ବିବାହର ଖୁସି ଖବର ଶୁଣାଇପାରନ୍ତି ବୋଲି ଆଶା କରାଯାଉଛି ।

Leave a Reply

Your email address will not be published.