ରୋଷେଇ- ‘ମଲାଇ ଚିଙ୍ଗୁଡ଼ି’

ଆଜିଠାରୁ ଆମେ ଏକ ନୂଆ ସ୍ତମ୍ଭ ଆରମ୍ଭ କରିଛୁ । ଏଥିରେ ବିଭିନ୍ନ ପ୍ରକାର ସ୍ୱାଦ ଓ ରୁଚିପୂର୍ଣ୍ଣ ବ୍ୟଞ୍ଜନ ପ୍ରସ୍ତୁତି ପ୍ରଣାଳୀ ରହିବ । ଆଶା ଆପଣମାନେ ଏହାକୁ ପସନ୍ଦ କରିବେ । ତେବେ ଆଜିର ରୋଷେଇରେ ରହିଛି ‘ମଲାଇ ଚିଙ୍ଗୁଡ଼ି’ ।


ମଲାଇ ଚିଙ୍ଗୁଡ଼ି ପାଇଁ ଆବଶ୍ୟକୀୟ ଜିନିଷ –
ଅଧକିଲେ ଚିଙ୍ଗୁଡ଼ି, ୧ଟି ଛୋଟ ବିତାଲି ବାଇଗଣ, ୨ଟି ପିଆଜ, ୧ ଚାମଚ ଲଙ୍କା ପାଉଡର୍, ୧ ଚାମଚ ହଳଦୀ. ୧ ଚାମଚ ଗରମ ମସଲା, ଅଧା ଚାମଚ ଚିନି, ୩ଟି ବଡ଼ ରସୁଣ କୋଲା, ଖଣ୍ଡେ ଛୋଟ ଅଦା, ଏକ କପ୍ ନଡ଼ିଆ କୋରା, ୧ ଚାମଚ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ରଖିଦିଅନ୍ତୁ । ଏହାପରେ ଅଦା, ପିଆଜ ଓ ରସୁଣକୁ ବାଟି ରଖନ୍ତୁ । ଏହାପରେ କୁକର୍ ରେ ତେଲ ଦେଇ ସେହି ବଟା ସସଲାରେ ଗରମ ସମଲା ଗୁଣ୍ଡ ପକାଇ କିଛି ସମୟ ଭାଜନ୍ତୁ । ଏହା ଲାଲ୍ ହେବା ପରେ ସେଥିରେ ଚିଙ୍ଗୁଡ଼ି ପକାନ୍ତୁ ଏବଂ ୫-୧୦ ମିନିଟ୍ ଭାଜନ୍ତୁ । ଏହାପରେ ସେଥିରେ କଟା ବିଲାତି ବାଇଗଣ, ନଡ଼ିଆ କୋରା, ଆଉ ଅଧା ଚାମଚ ଗରମ ମସଲା, ଚିନି ଓ ଲୁଣ ପକାଇ ଡାଙ୍କୁଣି ବନ୍ଦ କରନ୍ତୁ । ସମ୍ପୂର୍ଣ୍ଣ ଆଂଚରେ ପ୍ରେସର୍ ଆସିବା ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ମଲାଇ । ଅତିଥିଙ୍କୁ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published.