ମକର ସଂକ୍ରାନ୍ତିରେ ଏହି ୫ କାମ କରିବାକୁ ଭୁଲିବେ ନାହିଁ


ମକର ସଂକ୍ରାନ୍ତି ଦିନ ଆପଣ ୫ଟି ଜିନିଷ ଘରକୁ ଆଣନ୍ତୁ । ଏହାଦ୍ୱାରା ଆପଣଙ୍କ ବାସ୍ତୁ ଦୋଷ ଦୂର ହେବା ସହ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରଜ୍ଞମାନେ କହିଛନ୍ତି । ଏହି ୫ଟି ଜିନିଷ ଆପଣଙ୍କ ପାଇଁ ଅନେକ ସଫଳତା ମଧ୍ୟ ଆଣିଦେବ । ଏହି ୫ଟି ଜିନିଷ ପୂର୍ବରୁ ଘରେ ଥିଲେ ମଧ୍ୟ ତାହାକୁ ପୁନର୍ବାର ମକର ସଂକ୍ରାନ୍ତିରେ କିଣିକରି ଆଣନ୍ତୁ । ଆସନ୍ତୁ ଜାଣିବା –
୧- ମକର ସଂକ୍ରାନ୍ତିରେ ହଳଦିଆ ରଙ୍ଗର ଯେ କୌଣସି ପୋଷାକ କିଣି ଆଣି ପରିଧାନ କରନ୍ତୁ । କିଛି ନ ହେଲେ ମଧ୍ୟ ହଳଦିଆ ରଙ୍ଗର ରୁମାଲ୍ କିଣି ନିଜ ପାଖରେ ରଖନ୍ତୁ । ଏହା ଆପଣଙ୍କ କର୍ମକ୍ଷେତ୍ରର ବିକାଶରେ ସହାୟକ ହେବ । ଘରେ ନକାରାତ୍ମକ ଶକ୍ତିକୁ ଦୂର କରିବ ।
୨- ଏହି ଦିନ କଳାରାଶି କିଣି ତାହାକୁ ଛୋଟ ଛୋଟ ଲଡ଼ୁ ବନାନ୍ତୁ । ଭୋଗ ଲଗାଇବା ପରେ ସୂର୍ଯ୍ୟଙ୍କୁ ସ୍ମରଣ କରି ନିଜେ ତାହାକୁ ଖାଇବା ସହ ସେହି ଲଡ଼ୁରୁ ଗରୀବଙ୍କୁ ଦାନ କରନ୍ତୁ । ଏହାଦ୍ୱାରା ଗ୍ରହଦୋଷ ଦୂର ହୋଇଥାଏ ।
୩- ମକର ସଂକାନ୍ତିରେ ହଳଦିଆ ରଙ୍ଗର ସୂତା ବା ପୂଜାଡୋରୀ କିଣନ୍ତୁ । ସୂର୍ଯ୍ୟଙ୍କୁ ସ୍ମରଣ କରି ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଉଚ୍ଚାରଣ କରି ହଳଦିଆ ସୂତାକୁ ଘରର ମୁଖ୍ୟ ଫାଟକରେ ୭ଟି ଗଣ୍ଠି କରି ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇପାରିବ ନାହିଁ । ଏହା ବ୍ୟତୀତ ଘରକୁ କାହାର ନଜର ଲାଗିବ ନାହିଁ । ପରିବାରର ସମସ୍ତ ସଦସ୍ୟ ସବୁକ୍ଷେତ୍ରରେ ସଫଳତା ପାଇପାରିବେ ।
୪- ମକର ସଂକ୍ରାନ୍ତିରେ ନିଶ୍ଚିତ ଭାବେ ଏକ କମ୍ବଳ କିଣିଆଣନ୍ତୁ । ଏହାକୁ କୌଣସି ଗରୀବକୁ ଦାନ କରନ୍ତୁ । ଏହାଦ୍ୱାରା ବିଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି ଧାରଣା ରହିଛି । ଏଭଳି କରିବା ଦ୍ୱାରା ସୂର୍ଯ୍ୟଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ ଏବଂ ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବ ।
୫- ଉଦିତ ସୂର୍ଯ୍ୟର ଏକ ଫଟୋ କିଣି ଆପଣ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published.