ଆରପାରିରେ ମହେଶ ଆନନ୍ଦ

ଅଶୀ ଓ ନବେ ଦଶକରେ ଖଳନାୟକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ମହେଶ ଆନନ୍ଦ ଆଉ ନାହାନ୍ତି । ୫୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଶେଷ ଥର ପାଇଁ ସେ ଗୋବିନ୍ଦାଙ୍କ ଅଭିନୀତ ବଲିଉଡ୍‍ ଚଳଚ୍ଚିତ୍ର ‘ରଙ୍ଗିଲା ରାଜା’ରେ ନଜର ଆସିଥିଲେ ।

ଳଚ୍ଚିତ୍ରରେ ତାଙ୍କର ଭୂମିକା ମାତ୍ର ୬ ମିନିଟ ଥିଲା । କିନ୍ତୁ ସେତିକିରେ ମଧ୍ୟ ସେ ଦର୍ଶକଙ୍କ ପ୍ରଶଂସା ପାଇପାରିଥିଲେ । ଶାହେନ୍‍ଶାହା, ମଜବୁର, ସ୍ୱର୍ଗ, ଥାନେଦାର, ବିଶ୍ୱାତ୍ମା, ଗୁମରାହ, ଖୁଦ୍ଦାର, ବେତାଜ ବାଦଶାହା, ବିଜେତା, କୁରୁକ୍ଷେତ୍ର ପରି ହିଟ୍‍ ଚଳଚ୍ଚିତ୍ରରେ ଦମଦାର ଅଭିନୟ ପାଇଁ ମହେଶ ସବୁଦିନ ପାଇଁ ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ରହିବେ । ଦୀର୍ଘ ବର୍ଷ ଧରି ସେ ଏକୁଟିଆ ରହୁଥିଲେ । ତାଙ୍କର ଶେଷ ଜୀବନ ଦୁଃଖମୟ ଥିଲା । ୧୮ ବର୍ଷ ଧରି ତାଙ୍କୁ କୌଣସି ସିନେମାରେ କାମ ମିଳିନଥିବାରୁ ଆର୍ଥିକ ଦୁର୍ଦ୍ଦିନ ଭିତରେ କାଳ କାଟୁ ଥିଲେ । ଏପରିକି ଅଟୋ ରିକ୍ସାରେ ଆସିବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ ।

Leave a Reply

Your email address will not be published.