ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମାମଲାର ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ ଅଧିକ ସମୟ ମାଗିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଦାଲତ ପୁଲିସ୍କୁ ଶନିବାର ସୁଦ୍ଧା କେସ୍ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଦାଲତ ଭୁବନେଶ୍ୱର ଝାଡ଼ପଡ଼ା ଜେଲ୍କର୍ତ୍ତୃପକ୍ଷଙ୍କୁ ମହାରଥୀଙ୍କର ସ୍ୱାସ୍ଥାବସ୍ଥା ନେଇ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନଥିବାରୁ ଏହା ଘୁଞ୍ଚିଥିବା କୁହାଯାଇଛି। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଜାମିନ ଶୁଣାଣି ହୋଇଥିଲା।

ଊଲ୍ଲେଖଯୋଗ୍ୟ କି, ୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଦିଆଯାଇଥିଲା। ଏହାପରେ ପ୍ରଦୀପ ମହାରଥୀ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ଚାଲି ଯାଇଥିଲେ। ପରେ ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ପୁଣି ତାଙ୍କୁ ଭୁବନେଶ୍ୱର ଅଦାଲତରେ ହାଜର କରାଯାଇଥିଲା ଏବଂ ମହାରଥୀଙ୍କ ଓକିଲ ଜାମିନ୍ଆବେଦନ କରିଥିଲେ। ଅଦାଲତ ଏହାର ଶୁଣାଣିକୁ ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *