ମହାରାଷ୍ଟ୍ରରେ ମେ’ ୩୧ ପର୍ଯ୍ୟନ୍ତ ବଢିପାରେ ଲକ୍ଡାଉନ
ଭୁବନେଶ୍ୱର, (ଓଡ଼ିଶା ଟାଇମ): କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକଡାଉନ ଅବଧିକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସର୍ବଦଳୀୟ ବୈଠକକୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି ଯେ ରାଜ୍ୟର ରେଡ୍ ଜୋନଗୁଡିକ ବିଶେଷକରି ମୁମ୍ବାଇ ଓ ପୁଣେ ମହାନଗର ନିଗମ ଅଞ୍ଚଳରେ ଲକଡାଉନ ଅବଧିକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବିଚାର କରାଯାଉଛି ।
ମହାରାଷ୍ଟ୍ରରେ ହୋଇଥିବା କରୋନା ସଂକ୍ରମଣର ୯୦ପ୍ରତିଶତ ଏହି ଦୁଇ ମେଟ୍ରୋ ସହର ଅନ୍ତର୍ଭୁକ୍ତ । ଦେଶବ୍ୟାପୀ ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକଡାଉନର ଅବଧି ମେ’ ୧୭ରେ ଶେଷ ହେଉଛି ।
ଏହାପୂର୍ବରୁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ପ୍ରଥମଥର ଲାଗି ଲକ୍ଡାୁନ୍କୁ ମେ’ ୨୯ ତାରିଖ ଯାଏ ବୃଦ୍ଧି କରାଯାଇଛି।