କୋଭିଡ୍‌୧୯ ସମୟରେ ହେବ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ: ଉଦ୍ଧବଙ୍କ ପାଇଁ ଜରୁରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ କୋଭିଡ୍‌-୧୯ ସଂକ୍ରମଣର ଆତଙ୍କ ଚାଲିଥିବା ବେଳେ ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ଆବଶ୍ୟକ ନିର୍ବାଚନ କରାଇବାକୁ ଭାରତର ନିର୍ବାଚନ କିମଶନ ନିଷ୍ପତ୍ତି ନେଇଛନ୍ତି। ମେ ୨୭ ତାରିଖ ପୂର୍ବରୁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ସାମ୍ବିଧାନିକ ସଙ୍କଟକୁ ଦୂର କରିବା ଲାଗି ଏହି ନିର୍ବାଚନ ଜରୁରୀ ବୋଲି ଦର୍ଶାଇ ରାଜ୍ୟପାଳ ବିଏସ୍ କୋସୀୟାରି ଭାରତର ନିର୍ବାଚନ କମିସନ୍‌ଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ବିଧି ଅନୁସାରେ ବ୍ୟବସ୍ଥାପିକାର ସଦସ୍ୟ କରାଇବା ବା ନକରାଇବା ଲାଗି ପାଇଁ ଏହି ନିର୍ବାଚନ ଗୁରୁତ୍ଵପୂଣ୍ଣ। କାରଣ ଏଯାଏ ମୁଖ୍ୟମନ୍ତ୍ରୀ ଶ୍ରୀ ଠାକ୍‌ରେ ବ୍ୟବସ୍ଥାପିକାର ସଦସ୍ୟ ହୋଇ ନାହାନ୍ତି। ନିୟମ ଅନୁସାରେ ୬ ମାସ ଭିତରେ ସଦସ୍ୟ ହେବାକୁୂ ବାଧ୍ୟ। ନହେଲେ ସେ ପଦବୀରେ ଅଚଳାବସ୍ଥା ସୃଷ୍ଟି ହେବ।

ନଭେମ୍ବର ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ ଉଦ୍ଧବ ଠାକ୍‌ରେ ରାଜ୍ୟ ବିଧାନ ପରିଷଦର ସଦସ୍ୟ ନ ଥିଲେ। ସମ୍ବିଧାନର ବ୍ୟବସ୍ଥା ଅନୁସାରେ, ସେ ଛଅ ମାସ ମଧ୍ୟରେ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହେବା କଥା। ମେ ୨୭ ତାରିଖ ଦିନ ଛଅ ମାସ ପୂରିବାକୁ ଯାଉଛି। ଏପ୍ରିଲ୍ ୨୪ରେ ନଅ ଜଣ ସଦସ୍ୟଙ୍କର କାର୍ଯ୍ୟକାଳ ସରିଥିବାରୁ ଠାକ୍‌ରେ ନିର୍ବାଚ‌ନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯୋଜନା କରିଛନ୍ତି।

୯ଟି ପରିଷଦ ଆସନ ପାଇଁ ଏହିଦିନ ନିର୍ବାଚନ ହେବ।  ଏହା ରାଜ୍ୟରେ ରାଜନୀତିକ ଅଚଳାବସ୍ଥା ବୋଲି ଆଶା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଅଟକି ରହିଯାଇଥିବା ମୁଖ୍ୟ ନିର୍ବାଚନ କମିସନର୍ ସୁନୀଲ ଅରୋରା ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ଅନୁଷ୍ଠିତ ଏ ସଂକ୍ରାନ୍ତ ବୈଠକରେ ଯୋଗ ଦେଇଥିଲେ। ପରେ ସେ ଏହି ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ନିର୍ବାଚନ କମିସନ୍ ନିର୍ବାଚନକୁ ପୂର୍ବରୁ ସ୍ଥଗିତ ରଖିଥିଲେ। ମହାରାଷ୍ଟ୍ର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଛି।

Leave a Reply

Your email address will not be published. Required fields are marked *