ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିରେ କେତେ ପ୍ରଭାବ ପକାଇବ ?

ମୁମ୍ବାଇ: ଦୀର୍ଘ ଦିନର ଶୁଣାଣି ଓ ଦୀର୍ଘ ପ୍ରତୀକ୍ଷା ପରେ ଶେଷରେ ମହାରାଷ୍ଟ୍ରର କ୍ଷମତା ସଂଗ୍ରାମର ରାୟ ଆସିଛି । ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ଏମିତି ହୋଇଛି, ଯେଉଁଥିରେ ଉଭୟ ପକ୍ଷଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସିନ୍ଦେଙ୍କ ମୁଖ୍ୟ ଛାଟିଆଙ୍କୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିବାରୁ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ମିଳିଛି ଯେ ସେମାନଙ୍କ କ୍ଷମତା ଅକ୍ଷୁର୍ଣ୍ଣ ରହିଛି ।

ଉଦ୍ଧବଙ୍କୁ ସହାନୁଭୂତି ମିଳିବ ?

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଯଦି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥାନ୍ତେ ଏବଂ ଗୃହ ଭିତରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥାନ୍ତେ, ତେବେ ଏହି ନିଷ୍ପତ୍ତି ଭିନ୍ନ ହୋଇଥାନ୍ତା । ଏହାର ଜବାବରେ ଉଦ୍ଧବ ଠାକରେ କହିଛନ୍ତି ଯେ ସେ ନୈତିକତା ଆଧାରରେ ଇସ୍ତଫା ଦେଇଛନ୍ତି । ତାଙ୍କ ଦଳର ବିଦ୍ରୋହୀମାନେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଉଚିତ ଏବଂ ସେ ଏହାର ସମ୍ମୁଖୀନ ହେବା ଉଚିତ ବୋଲି ସେ ଅନୁମୋଦନ କରିନଥିଲେ । ଅଦାଲତଙ୍କ ରାୟ ପରେ ଯଦି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କର କୌଣସି ନୈତିକତା ଅଛି, ତେବେ ସେମାନେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ଏହି ମନ୍ତବ୍ୟ ଦେଇ ଉଦ୍ଧବ ଠାକରେ ତାଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ପଷ୍ଟ କରିଛନ୍ତି ।

ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାର କ୍ଷମତାକୁ ଆସିବା ପରଠାରୁ ଏବଂ ଶିବସେନାରେ ବିଦ୍ରୋହ ସୃଷ୍ଟି ହେବା ପରଠାରୁ ଉଦ୍ଧବ ଠାକରେ ସହାନୁଭୂତି କାର୍ଡ ଖେଳୁଛନ୍ତି । ଏଥିରେ ସେମାନଙ୍କୁ ଅନେକାଂଶରେ ସଫଳତା ମଧ୍ୟ ମିଳୁଛି । ଦଳର ସାଧାରଣ ଶିବସୈନିକ ତାଙ୍କ ସହ ଅଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ସଭାକୁ କଡ଼ା ଜବାବ ମିଳୁଛି । ଏବେ ନୈତିକତା ଆଧାରରେ ଉଦ୍ଧବ ଠାକରେ ଏହି ସହାନୁଭୂତି କାର୍ଡକୁ ଅଧିକ ତୀବ୍ରତାର ସହ ଖେଳିବେ ବୋଲି ସ୍ପଷ୍ଟ ହୋଇଛି ।

ମହାବିକାଶ ଆଘାଡ଼ିର ଶକ୍ତି

ମହାବିକାଶ ଆଘାଡ଼ି ବିଷୟରେ କହିବାକୁ ଗଲେ, ଯଦି କୌଣସି ବଡ଼ ରାଜନୈତିକ ପରିବର୍ତ୍ତନ ନ ହୁଏ, ତେବେ ମହାରାଷ୍ଟ୍ରରେ କାର୍ଯ୍ୟକରୁଥିବା ମହାବିକାଶ ଆଘାଡ଼ି ଏବେ ଅଧିକ ଶକ୍ତିଶାଳୀ ହୋଇପାରିବ । କାରଣ, ସିନ୍ଦେ ସରକାରର ସ୍ଥିରତା ପରେ ବିଜେପି ପାଇଁ ଆଉ ଏହାକୁ ଭାଙ୍ଗିବାର ଆବଶ୍ୟକତା ନାହିଁ । ଶରଦ ପାୱାର, ଉଦ୍ଧବ ଠାକରେ ଏବଂ ରାହୁଲ ଗାନ୍ଧି ସମନ୍ୱୟ ରକ୍ଷାକରି କାମ କଲେ ଏହା ବିରୋଧୀଙ୍କ ପାଇଁ ଜୀବନରେଖାଭାବେ ମଧ୍ୟ କାମ କରିପାରିବ । ୨୦୧୯ ନିର୍ବାଚନରେ ବିଜେପି ଉଦ୍ଧବ ଠାକରେଙ୍କ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା, ସେତେବେଳେ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଉଭୟ ଏକାଠି ୪୪ଟି ଆସନରେ ବିଜୟୀ ହୋଇଥିଲେ । ଶିବସେନାର ବିଦ୍ରୋହ ପରେ ଉଦ୍ଧବଙ୍କ ୧୪ ଜଣ ସାଂସଦ ସିନ୍ଦେଙ୍କ ସହ ଯାଇଥିଲେ, କିନ୍ତୁ ଆଜି ବିଜେପି ବିଶ୍ୱାସ କରିବା ସ୍ଥିତିରେ ନାହିଁ ଯେ ସେ ସମସ୍ତ ୧୪ଟିରେ ଜିତିପାରିବେ । କାରଣ ଉଦ୍ଧବ ଠାକରେଙ୍କ ପ୍ରତି ସହାନୁଭୂତି ରହିଛି ।

ମହାବିକାଶ ଆଘାଡ଼ି ମିଳିତ ପ୍ରାର୍ଥୀ ଦେଲେ ନିର୍ବାଚନ ଫଳାଫଳ ଭିନ୍ନ ହୋଇପାରେ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ମହାରାଷ୍ଟ୍ର ରାଜନୀତି ଅପେକ୍ଷା ବିଜେପି ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରଶ୍ନ ଉଠୁଛି ସିନ୍ଦେଙ୍କ ସରକାର ସୁପ୍ରିମକୋର୍ଟଙ୍କ ରାୟରୁ ବଞ୍ଚିଯାଇଛନ୍ତି କି, କିନ୍ତୁ ବିଜେପି ରଣନୀତିଜ୍ଞମାନେ ରାଜ୍ୟରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାର ବିପଦ ନେଇପାରିବେ କି ? ବିଶେଷ କରି ଯେତେବେଳେ ବିଜେପି ଗତ କିଛିଦିନ ଧରି ରାଜ୍ୟର ସମସ୍ତ ୪୮ଟି ଆସନରେ କଠିନ ପରିଶ୍ରମ କରୁଛି ।

ତେବେ ଆସନ୍ତୁ ଜାଣିବା ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିଉପରେ କିଭଳି ପ୍ରଭାବ ପକାଇବ !

୧. ସିନ୍ଦେ-ଫଡନାଭିସ ସରକାର ଜାରି ରହିବ । ଏବେ ବିଜେପିକୁ ଏନ୍‍ସିପି, ଅଜିତ ପାୱାର କିମ୍ବା ଅନ୍ୟ କୌଣସି ପ୍ଲାନ ବି ର ଆବଶ୍ୟକତା ପଡିବ ନାହିଁ ।

୩. ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ସିନ୍ଦେ-ଫଡନାଭିସ ସରକାରଙ୍କ ଉପରେ ଚାପ ବଢ଼ିବ ।

୪- ସୁପ୍ରିମକୋର୍ଟ ବିଧାୟକଙ୍କ ସଦସ୍ୟତା ନିଷ୍ପତ୍ତି ବାଚସ୍ପତିଙ୍କ ଉପରେ ଛାଡ଼ିଛନ୍ତି, କିନ୍ତୁ କୌଣସି ସମୟ ସୀମା ଧାର୍ଯ୍ୟ କରିନାହାଁନ୍ତି, ତେଣୁ ବର୍ତ୍ତମାନ ସରକାରଙ୍କ ସ୍ଥିରତା ପ୍ରତି କୌଣସି ବିପଦ ନାହିଁ ।

୫- ବିଦ୍ରୋହୀ ଗୋଷ୍ଠୀ ନିଜକୁ ମୂଳ ଦଳ ବୋଲି ଦାବି କରିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ବୟାନ ପରେ ଶିବସେନାର ନାମକୁ ନେଇ ପୁଣି ବିବାଦ ତୀବ୍ର ହେବ ।

୬- ଉଦ୍ଧବ ଠାକରେ ଗୋଷ୍ଠୀ ପ୍ରଥମ ଦିନରୁ ସିନ୍ଦେ ଫଡନାବିସ ସରକାରଙ୍କୁ ଅସାମ୍ବିଧାନିକ ବୋଲି କହୁଥିବାବେଳେ ଏବେ ସୁପ୍ରିମକୋର୍ଟରେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଯାହା କୁହାଯାଇଛି ତାହାକୁ ଆଧାର କରି ଉଦ୍ଧବ ଗୋଷ୍ଠୀ ନିଜର ଦାବିକୁ ଅଧିକ ଦୃଢ଼ତାର ସହ ଉପସ୍ଥାପନ କରିବ ।

Leave a Reply

Your email address will not be published.