‘ମହାଭାରତ’ ବି ଆଜିଠୁ

ନୂଆଦିଲ୍ଲୀ(ଓଟି): ରାମାୟଣ ସହ ମହାଭାରତ ବି ପ୍ରସାରଣ ହେଉ। ଏହାଥିଲା ଅନେକ ଭାରତୀୟଙ୍କ ଦାବି।

ହଁ ଏହି ଦାବି ପୂରଣ ହୋଇଛି। ସରକାର ସୁବିଚାର କରିଛନ୍ତି। ଅର୍ଥାତ୍‌ ଆଜିଠୁ ମହାଭାରତ ଧାରାବାହିକ ମଧ୍ୟ ପ୍ରସାରଣ ହେବ। #ଡିଡିଭାରତୀ ଦେଖିବାକୁ ପଡ଼ିବ।

ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ସହ ବିଆର ଚୋପ୍ରାଙ୍କ ମହାଭାରତ ମଧ୍ୟ ସେହି ଏକାଦିନରୁ ପୁନଃ ପ୍ରସାରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା-ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଶୁକ୍ରବାର ସନ୍ଧ୍ୟାରେ ଏହି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୨୮ ଅର୍ଥାତ ଆଜିଠାରୁ ‘ମହାଭାରତ’ର ପ୍ରସାରଣ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟୁଇଟ୍ ଜରିଆରେ ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୨୮ରୁ ଡିଡି ଭାରତୀରେ ମଧ୍ୟାହ୍ନ ୧୨ଟା ଏବଂ ସନ୍ଧ୍ୟା ୭ଟାରେ ‘ମହାଭାରତ’ର ଦୁଇଟି ଏପିସୋଡ୍ ପ୍ରସାରଣ କରାଯିବ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳେ ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ ଦୂରଦର୍ଶନରେ ପୁନର୍ବାର ପ୍ରସାରିତ କରାଯିବାକୁ ନିର୍ଣ୍ଣୟ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *