ୟୁରୋପର ସବୁଠାରୁ ମହଙ୍ଗା ବୁକିଂ, ମାଡୋନାଙ୍କ ଫି’ ୭ କୋଟି

ମଟେରିଆଲ୍ ଗାର୍ଲ ଭାବେ ପରିଚିତ ହଲିଉଡ୍ ସିଙ୍ଗର୍ ମାଡୋନା ଆଗାମୀ ମାସରେ ଇସ୍ରାଏଲରେ ଆୟୋଜିତ ହେବାକୁ ଥିବା ୟୁରୋଭିଜନ୍ ସଙ୍ଗ୍ କଣ୍ଟେଷ୍ଟ୍ରେ ପରଫର୍ମ କରିବାକୁ ଯାଉଛନ୍ତି । ଏହି ଉତ୍ସବ ପାଇଁ ମାଡୋନାଙ୍କୁ ଶୋ’ର ଆୟୋଜକ କର୍ତ୍ତା ୧ ମିଲିୟନ୍ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୭ କୋଟି ଟଙ୍କା ଦେବା ପାଇଁ ରାଜି ହୋଇଛନ୍ତି । ମାଡୋନାଙ୍କ ଏହି ଫି’ଏକ ରେକର୍ଡ଼ କରିଛି । ‘ୟୁରୋପିୟନ୍ ବ୍ରଡକାଷ୍ଟିଙ୍ଗ୍ ୟୁନିୟନ୍’ର ରିପୋର୍ଟ ଅନୁଯାୟୀ ଏହା ଆଜିପର୍ଯ୍ୟନ୍ତ ସାରା ୟୁରୋପ୍ ମଧ୍ୟରେ ମହଙ୍ଗା ବୁକିଂ ଭାବେ ରେକର୍ଡ଼ ସୃଷ୍ଟି କରିଛି । ମାଡୋନା ଏହି ଉତ୍ସବରେ ବିଶେଷ ଅତିଥି ଭାବେ ଆମନ୍ତ୍ରୀତ ହୋଇଛନ୍ତି । ଜନୈକ ନ୍ୟୁଜ୍ ୱେବସାଇଟ୍ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ମାଡୋନା ଏହି ଉତ୍ସବରେ ୨ଟି ଗୀତ ପରଫର୍ମ କରିବେ । ଏଥିପାଇଁ ୧୬୦ ଜଣ କଳାକାରଙ୍କ ଏକ ଟିମ୍ ମଧ୍ୟ ମାଡୋନାଙ୍କ ସହିତ ଯିବେ ବୋଲି ପ୍ଲାନିଙ୍ଗ୍ ରହିଛି । ୪ର୍ଥ ଥର ପାଇଁ ମାଡୋନା ଇସ୍ରାଏଲ୍ରେ କଳା ପ୍ରଦର୍ଶନ କରିବେ । ଏହାପୂର୍ବରୁ ୧୯୯୩, ୨୦୦୯ ଓ ୨୦୧୨ରେ ମାଡୋନାଙ୍କ କଳା ପ୍ରଦର୍ଶନ ଦର୍ଶକଙ୍କ ମନ କିଣିନେଇଥିଲା ।

Leave a Reply

Your email address will not be published.