‘ରାମ୍ ଲଖନ୍’ର ଗୀତରେ ନାଚିଲେ ମାଧୁରୀ, ‘ୱାନ୍ ଟୁ କା ଫୋର୍’ କଲେ ଅନିଲ୍

୧୯୮୯ରେ ମୁକ୍ତିଲାଭ କରିଥିବା ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ବ୍ଲକ୍ବଷ୍ଟର୍ ଫିଲ୍ମ ‘ରାମ ଲଖନ୍’ର ୩୦ ବର୍ଷ ପୂର୍ତ୍ତି ଉତ୍ସବକୁ ମାଧୁରୀ ଓ ଅନିଲ୍ କପୁର୍ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ମାଧୁରୀ ଦୀକ୍ଷିତ ଏକ ଭିଡିଓ ସେୟାର୍ କରିଥିଲେ, ଯେଉଁଥିରେ ସେ ‘ତେରେ ଲଖନ୍ ନେ ବଡ଼ା ଦୁଃଖ ଦିନା’ରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି । ଏହାପରେ ଫିଲ୍ମର ଆଉ ଏକ ଲୋକପ୍ରିୟ ଗୀତ ‘ୱାନ୍ ଟୁ କା ଫୋର୍’ ରେ ମାଧୁରୀ ଓ ଅନିଲ୍ ଡ୍ୟାନ୍ସ କରୁଛନ୍ତି ।

ଏହା ସହିତ ମାଧୁରୀ ଲେଖିଛନ୍ତି ଯେ – ‘ରାମ ଲଖନ୍’କୁ ୩୦ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ଫିଲ୍ମର ଗୀତରେ ପୁଣିଥରେ ଡ୍ୟାନ୍ସ କରିବା, ସେହି ଗୋଲ୍ଡେନ୍ ସମୟକୁ ମନେ ପକାଇ ଖୁବ୍ ଖୁସି ଅନୁଭୂତ ହେଉଛି । ସମ୍ପୂର୍ଣ୍ଣ ଫିଲ୍ମ ଟିମ୍ ସହିତ ବହୁତ ମଜାମସ୍ତି ହୋଇଥିଲା’ । ସୂଚନାଯୋଗ୍ୟ ବଲିଉଡ୍ର ହିଟ୍ ଯୋଡ଼ି ମାଧୁରୀ ଓ ଅନିଲ୍ କପୁର୍ ଅନେକ ବର୍ଷ ପରେ ପୁଣିଥରେ ଆଗାମୀ ଫିଲ୍ମ ‘ଟୋଟାଲ୍ ଧମାଲ୍’ ମାଧ୍ୟମରେ ପରଦା ଉପରକୁ ଆସିବେ ।

Leave a Reply

Your email address will not be published.