ମଧୁଙ୍କ ଲେଉଟାଣୀ

ଆକ୍ସନ୍ ଷ୍ଟାର୍ ଅଜୟ ଦେବଗନଙ୍କ ଡେବ୍ୟୁ ଫିଲ୍ମ ‘ଫୁଲ୍ ଔର୍ କାଣ୍ଟେ’ର ନାୟିକା ମଧୁଙ୍କ ପ୍ରଶଂସକଙ୍କ ପାଇଁ ଏକ ଜବରଦସ୍ତ ଖବର ଆସିଛି । ଦୀର୍ଘ ୮ ବର୍ଷ ପରେ ମଧୁ ପୁଣିଥରେ ବଡ଼ ପରଦାକୁ ଫେରିବେ । ମଧୁଙ୍କ ଆଗାମୀ ଫିଲ୍ମ ଏକ ହରର୍ କମେଡ଼ି ଏବଂ ଏହାର ନାଁ ‘ଖଲିବଲି’ ରଖାଯାଇଛି । ଏହାର କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ମନୋଜ୍ ମିଶ୍ରା । ପ୍ରଯୋଜକ ହେଉଛନ୍ତି କମଲ କିଶୋର ମିଶ୍ରା । ଏହି ଫିଲ୍ମ ସହିତ ନିର୍ମାତା କମଲ କିଶୋର ଲଗାତାର ଆଉ ଦୁଇଟି ଫିଲ୍ମ ‘ଭିତିୟାପା’ ଓ ‘ଫ୍ଲାଟ୍ ନମ୍ବର୍ ୪୨୦’ର ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି । ‘ଖଲିବଲି’ର ସୁଟିଂ ମୁମ୍ବାଇ ଓ ଲକ୍ଷେ୍ମାରେ ହେବ ବୋଲି ସୂଚନା ମିଳିଛି ।

ୱନ୍ ଇଣ୍ଟରନେଟ୍ ଫିଲ୍ମ ପ୍ରଡକସନ୍ ଓ ପ୍ରାଚୀ ମୁଭିଜ୍ ବ୍ୟାନର୍ ପକ୍ଷରୁ ନିର୍ମିତ ଏହି ଫିଲ୍ମରେ ମଧୁଙ୍କ ସହିତ ରାଜପାଲ୍ ଜାଦବ୍, ଆସରାନୀ, ହେମନ୍ତ ପାଣ୍ଡେ, ରଜନୀଶ୍ ଦୁଗଲ୍, କାୟନାତ୍ ଅରୋଡ଼ା, ବିଜୟ ରାଜ୍, ୟୋଗେଶ୍ ଲଖାନି ଓ ଏକତା ଜୈନ୍ ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ । ୮ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ‘ଲଭ୍ ୟୁ ମି. କଲାକାର୍’ ପରଠାରୁ ମଧୁ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *