ସଞ୍ଜୁ, ସୁନିଲଙ୍କ ସହିତ କମେଡ଼ି ଫିଲ୍ମରେ ମାଧବନ୍

ବି ଟାଉନର ମୁନ୍ନାଭାଇ ସଞ୍ଜୁବାବା ଓ ସୁନିଲ୍ ସେଟ୍ଟିଙ୍କ ସହିତ ଦକ୍ଷ ଅଭିନେତା ଆର୍ ମାଧବନ୍ ଦର୍ଶକଙ୍କ ପାଇଁ ହସର ତଡ଼କା ନେଇ ଆସୁଛନ୍ତି । ଅନେକ ଦିନରୁ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇଥିବା ନିର୍ଦ୍ଦେଶକ ସମୀର୍ କର୍ଣ୍ଣିକ୍ ତାଙ୍କର ଆଗାମୀ ଫିଲ୍ମ ‘ଡଗହାଉସ୍’ ମାଧ୍ୟମରେ କମବ୍ୟାକ୍ କରିବା ସହିତ ଏହି ମଲଟିଷ୍ଟାରର୍ ଫିଲ୍ମର ନିର୍ଦ୍ଦେଶନା ଓ ସହ-ପ୍ରଯୋଜକ ଭାବେ ଅଛନ୍ତି । ଏହି ଫିଲ୍ମ ପାଇଁ ଶିଳ୍ପା ସେଟ୍ଟି ଓ ତବୁଙ୍କୁ ମଧ୍ୟ ଆପ୍ରୋଚ୍ କରାଯାଇଥିବାର ଚର୍ଚ୍ଚା ହେଉଛି । କିନ୍ତୁ ଫାଇନାଲ୍ ଷ୍ଟାରକାଷ୍ଟ୍ ସମ୍ପର୍କିତ କୌଣସି ଖବର ମିଳିପାରିନାହିଁ ।

ବିଗତ ୭ ବର୍ଷ ପୂର୍ବେ ରିଲିଜ୍ ହୋଇଥିବା ତୁଷାର କପୁରଙ୍କ ଅଭିନୀତ ‘ଚାର୍ ଦିନ୍ କି ଚାନ୍ଦିନି’ର ନିର୍ଦ୍ଦେଶନା ଦେବା ପରେ ସମୀର୍ ବଲିଉଡରୁ ଦୂରେଇ ଯାଇଥିଲେ । ଏହା ବ୍ୟତୀତ ଯଦି ଶିଳ୍ପା ଏହି ଫିଲ୍ମ ପାଇଁ ରାଜି ହୁଅନ୍ତି, ତେବେ ସେ ଦୀର୍ଘ ୧୨ ବର୍ଷ ପରେ ପରଦା ଉପରକୁ ଆସିବେ । ସଞ୍ଜୟ ଗୁପ୍ତାଙ୍କ ଫିଲ୍ମ ‘କାଣ୍ଟେ’ ରେ ଶେଷଥର ପାଇଁ ସଞ୍ଜୟ ଦତ୍ତ ଓ ସୁନିଲ୍ ସେଟ୍ଟିଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା । ‘ଡଗ୍ ହାଉସ୍’ର କାହାଣୀ ୩ଜଣ ଅଣ୍ଡରଡନଙ୍କ ଉପରେ ଆଧାରିତ, ଯେଉଁମାନେ ଗଲଫ୍ କଣ୍ଟ୍ରିକୁ ଯାଇ ସେଠାରେ ଥିବା ପୋତାଧନକୁ ଚୋରାଇ ଆଣିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସେମାନେ ଏହି କାମରେ ସଫଳ ହୋଇପାରୁଛନ୍ତି କି ନାହିଁ ତାହାକୁ ନେଇ କାହାଣୀ ଆଗକୁ ବଢିଛି । କିନ୍ତୁ ଏଭଳି ଏକ କାହାଣୀକୁ ସମୀର୍ ଆଜିପର୍ଯ୍ୟନ୍ତ ଗ୍ରୀନ୍ ସିଗନାଲ୍ ଦେଇନାହାନ୍ତି ବୋଲି ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *