ଆଡଭାନୀଙ୍କ ପରେ ମୁରଲୀ ମନୋହର ଯୋଶୀଙ୍କ ଟିକେଟ୍ କାଟିଲା ବିଜେପି
ଦଳରେ ଏବେ କୌଣସି ସଂସ୍କାର ନାହିଁ : ଯୋଶୀ
ଲାଲକୃଷ୍ଣ ଆଡ଼ଭାନୀଙ୍କ ପରେ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଙ୍କ ଟିକେଟ କାଟିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ଏହାପରେ ବିଜେପିର ଅନେକ ଟାଣୁଆ ନେତା ଟିକେଟ କଟିବା ପରେ ଦଳ ଉପରେ ଖପ୍ପା ହୋଇଛନ୍ତି ପୁରୁଖା ନେତା ।
ଭାରତୀୟ ଜନତା ପାର୍ଟିର ମହାସଚିବ ରାମଲାଲ ଏନେଇ ଜଣାଇବା ପରେ ମୁରଲୀ ମନୋହର ଯୋଶୀ ଦଳ ଉପରେ ନାରାଜ ଅଛନ୍ତି । ରାମଲାଲ ଯୋଶୀଙ୍କୁ ସାକ୍ଷାତ କରି ଏକଥା ଜଣାଇଥିଲେ । ଚଳିତ ନିର୍ବାଚନରେ ଯୋଶୀଙ୍କ ଟିକେଟ କଟିବା ସ୍ପଷ୍ଟ ହୋଇଛି । ହେଲେ ଦଳର ଏହି ନିଷ୍ପତ୍ତି କିନ୍ତୁ ଯୋଶୀ କିନ୍ତୁ ଠିକ ଭାବେ ଗ୍ରହଣ କରିନାହାନ୍ତି । ରାମଲାଲ କହିଛନ୍ତି ଯୋଶୀ ପାର୍ଟି ଅଫିସ ଯାଇ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରନ୍ତୁ ।
ହେଲେ ଦଳରେ ଏହି ନିଷ୍ପତ୍ତିରେ ଖପ୍ପା ହେବା ସହ ଏପରି କୌଣସି ଘୋଷଣା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଯୋଶୀ । ଯୋଶୀ କହିଛନ୍ତି ଦଳରେ ଏବେ କୌଣସି ସଂସ୍କାର ନାହିଁ । ଦଳ ଯଦି କିଛି ନିଷ୍ପତ୍ତି ନିଏ, ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେବା ଆବଶ୍ୟକ । ଅନ୍ୟପଟେ ଯୋଶୀ ସ୍ପଷ୍ଟ କରିଦେଇଛନ୍ତି ବିଜେପି କାର୍ଯ୍ୟାଳୟ ଯାଇ ନିର୍ବାଚନ ଲଢ଼ିବା ପାଇଁ କୌଣସି ଘୋଷଣା କରବେ ନାହିଁ ।