ଲଭ୍ ରଞ୍ଜନଙ୍କୁ ମିଳୁନି ନାୟିକା

ଲଭ୍ ରଞ୍ଜନ ଏବେ ବଡ଼ ଅଡ଼ୁଆରେ ପଡ଼ିଯାଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପାଇଁ ନାୟିକା ମିଳୁନଥିବାରୁ ସୁଟିଂ ଆରମ୍ଭ ହୋଇପାରୁନାହିଁ । କଥା ହେଉଛି ଲଭ୍ ରଞ୍ଜନ ଉପରେ ‘ମି ଠୁ’ କେସ୍ ଆସିବା ପରଠାରୁ ଦୀପିକା ପାଦୁକୋନ୍ ତାଙ୍କ ଫିଲ୍ମରୁ ଓହରି ଯାଇଥିଲେ । କାରଣ ରଞ୍ଜନଙ୍କ ‘ମି ଠୁ’ ଖବର ସୋସିଆଲ୍ ମିଡିଆକୁ ଆସିବା ପରଠାରୁ ଦୀପିକାଙ୍କ ଫ୍ୟାନମାନଙ୍କ ପକ୍ଷରୁ ‘ନଟ୍ ମାଇ ଦୀପିକା’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ପ୍ରଶଂସକମାନେ ଲଭ୍ ରଞ୍ଜନଙ୍କ ସହିତ କାମ ନକରିବା ପାଇଁ ଦୀପିକାଙ୍କୁ ଅନୁରୋଧ କରିଥିଲେ । ଏହା ପରଠାରୁ ପୁଣିଥରେ ନାୟିକା ସନ୍ଧାନରେ ଲାଗି ପଡ଼ିଛନ୍ତି ଏଲ୍. ରଞ୍ଜନ ।

ଅନ୍ୟ ପକ୍ଷରେ ଫିଲ୍ମର ନାୟକ ରଣବୀର୍ ଓ ଅଜୟ ଦେବଗନ୍ ନିଜ ନିଜର ଫିଲ୍ମ ସୁଟିଂରେ ଏତେ ବ୍ୟସ୍ତ ଅଛନ୍ତି ଯେ ତାଙ୍କ ପାଖରେ ରଞ୍ଜନଙ୍କ ପାଇଁ ଆଦୌ ସମୟ ନାହିଁ । ଏଭଳି ପରିସ୍ଥିତିରେ ସୁଟିଂ ଆରମ୍ଭ ହୋଇପାରୁନାହିଁ । ଆଜିକାଲି ରଞ୍ଜନ ନାୟିକା ଖୋଜାରେ ଅଧିକରୁ ଅଧିକ ସମୟ ଦେଉଛନ୍ତି । ନାୟିକାଙ୍କ ସନ୍ଧାନ ସରିବା ପରେ ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ତେବେ ରଞ୍ଜନ ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ, ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *