ଗଞ୍ଜାମରେ କୋହଳ ହେଲା କଟକଣା

ବ୍ରହ୍ମପୁର(ଓଟି): ଗଞ୍ଜାମ ଜିଲ୍ଲାରେ କୋହଳ ହେଲା ଲକ୍‌ଡାଉନ୍‌ ନିୟମ ତଥା କଟକଣା। ସୋମବାରଠାରୁ ଜିଲ୍ଲାରେ ସର୍ତ୍ତ ଭିତ୍ତିରେ କିଛି ଗାଡ଼ି ଗଡ଼ିବ ଓ ଦୋକାନ ଖୋଲିବ। ପ୍ରଶାସନ ଦେଇଥିବା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦୋକାନ, ବଜାର ଖୋଲିବ।

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲିଠାରୁ କେବଳ ଚାଳକ ନିଜେ ମୋଟର ସାଇକେଲ ନେଇ ଯାତ୍ରା କରିପାରିବେ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ। ସେଥିପାଇଁ ସମୟ ସୀମା କିଛି ନିର୍ଦ୍ଧାରିତ କରାଯାଇ ନାହିଁ। ତେବେ ଗୁଟଖା, ପାନ, ଚା ଓ ମଦ ଦୋକାନ ବନ୍ଦ ରହିବ। ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସାମାଜିକା ଦୂରତ୍ଵ ଏବଂ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଦେଇଛନ୍ତି। 

Leave a Reply

Your email address will not be published.