ଏଲ୍ପିଜି ସିଲିଣ୍ଡର ଶସ୍ତା ହେଲା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଏଗାତାର ତୃତୀୟଥର ପାଇଁ ଏଲ୍ପିଜି ସିଲିଣ୍ଡର ଉପରେ ଦର ହ୍ରାସ ହୋଇଛି। ଅତିକମ୍ରେ ସିଲିଣ୍ଡର ପିଛା ୧୬୦ ଟଙ୍କା କମ୍ ହୋଇଛି ଏଲ୍ପିଜି। ଦିଲ୍ଲୀରେ ଏହି ଦର ୧୬୨ ଟଙ୍କର ୫୦ ପଇସା କମିଛି। ଯେଉଁ ୧୪.୨ କିଲୋ ଘରୋଇ ଏଲ୍ପିଜି ସିଲିଣ୍ଡର ୭୪୪ ଟଙ୍କା ପଡ଼ୁଥିଲା ତାହା ଏବେ ୫୮୧ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଆଜିଠାରୁ ଏହି ପଇସା ଲାଗୁ ହୋଇଛି। ସାରା ଦେଶରେ ମଧ୍ୟ ଏହି ଦର ହ୍ରାସ ଲାଗୁ ହୋଇଥିବା ତୈଳ କମ୍ପାନୀମାନଙ୍କ ପକ୍ଷରୁ ଦର୍ଶାଯାଇଛି।
ପ୍ରତିମାସର ପହିଳା ତାରିଖରେ ଦେଶରେ ସିଲିଣ୍ଡର ରେଟ୍ ସମୀକ୍ଷା କରାଯାଇଥାଏ। ଗଲା ଦୁଇମାସ ହେଲଶ ଏଥିରେ ହ୍ରାସ ଲକ୍ଷ୍ୟ କରାଯାଉଛି। ଗଲା ଅଗଷ୍ଟ ମାସରୁ ଏହି ଦର ବଢ଼ି ଚାଲିଥିଲା। ଯେହେତୁ ବିଶ୍ଵ ଶକ୍ତି ବଜାରରେ ଦର ହ୍ରାସ ଘଟିଛି, ଏହାର ପ୍ରଭାବ ଏଲ୍ପିଜି ସିଲିଣ୍ଡର ଉପରେ ପଡ଼ିଥିବା ଜଣାପଡ଼ିଛି।
କରୋନା ଭୁତାଣୁ ସଂକ୍ରମଣ ଯୋଗୁ ହୋଇଥିବା ଆତଙ୍କ ଏପ୍ରିଲ୍ ମାସରେ ଗ୍ୟାସ୍ ସିଲିଣ୍ଡର ଚାହିଦାକୁ ୨୦ ପଅ୍ରତିଶତ ବବଢ଼ାଇଥିଲା।
ଭୁବନେଶ୍ଵରରେ ପ୍ରତି ଏଲ୍ପିଜି ସିଲିଣ୍ଡର ଦର କାଟ୍ ହେବା ପୂର୍ବରୁ ଅର୍ଥାତ୍ ମେ’୧ ପୂର୍ବରୁ ୭୭୪ଟଙ୍କା ୫୦ ପଇସା ଥିଲା।