କମିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ(ଓଟି): ଆକଳନ ସତ ହୋଇଛି। ତୈଳ କମ୍ପାନୀମାନେ ଏଲପିଜି ସିଲିଣ୍ଡରର ଦର କମାଇଛନ୍ତି। ମାର୍ଚ୍ଚ ପହିଲାରୁ ସବସିଡିଯୁକ୍ତ ୧୪.୨ କେଜି ଏଲପିଜି ସିଲିଣ୍ଡର ପ୍ରତି ୫୩ ଟଙ୍କା ଶସ୍ତା ହୋଇଛି। ସେହିପରି ୧୯ କେଜି କର୍ମସିଆଲ୍ ସିଲିଣ୍ଡର ୮୪.୫ ଶସ୍ତା ହୋଇଛି। ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୂଲ୍ୟ ହ୍ରାସ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ।

ଦର ହ୍ରାସ ପରେ କେତେ?

ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ଏଲିପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବାବେଳେ ତାହା ଆଜିଠାରୁ ଏହା ୮୦୫.୫୦ ଟଙ୍କାରେ ଉପଲବ୍ଧ ହେବ। ଅନୁରୂପ ଭାବେ କୋଲକାତାରେ ୮୩୯.୫, ମୁମ୍ୱାଇରେ ୭୭୬.୫ ଓ ଚେନ୍ନାଇରେ ୮୨୬ ଟଙ୍କା ଦର ସ୍ଥିର ହୋଇଛି। ଗତ ୧୨ ତାରିଖରୁ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବଢ଼ିଥିଲା। ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୫୦ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ମେଟ୍ରୋ ସହରରେ ଅଣ ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪୪.୫୦ରୁ ୧୪୯ ଟଙ୍କାକୁ ବୃଦ୍ଧି ହୋଇଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପରେ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖୁବ୍‌ ଶୀଘ୍ର ପୁଣି ଦର କମିବା ନେଇ ସଂକେତ ପ୍ରଦାନ କରିଥିଲେ।

Leave a Reply

Your email address will not be published.