ସାରା ରାଜ୍ୟରେ ବର୍ଷା ଅଭାବ; ରାୟଗଡ଼ା, ଗଜପତି ପ୍ରଭାବିତ

ଭୁବନେଶ୍ଵର, (ଓଟି): ଜୁନ୍‌ ମାସରେ ଓଡ଼ିଶାରେ ବର୍ଷା ପରିମାଣ ସାଧାରଣ ବର୍ଷାଠାରୁ ଯଥେଷ୍ଟ କମ୍‌ ରହିଛି। କେବଳ ଯାଜପୁର ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁସ୍ଥାରେ ବର୍ଷା ସାଧାରଣ ପରିମାଣଠାରୁ ଯଥେଷ୍ଟ କମ୍‌ ହୋଇଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଜୁନ୍‌ ମାସରେ ସାଧରଣତଃ ଓଡ଼ିଶାରେ ୨୧୬.୫ ମିଲିମିଟର ବର୍ଷା ହୋଇଥାଏ। କିନ୍ତୁ ଚଳିତବର୍ଷ ଏହି ମାସରେ ମାତ୍ର ୧୪୮.୩ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ଅର୍ଥାତ୍‌ ହାରାହାରି ବର୍ଷାଠାରୁ ଏହି ପରିମାଣ ୩୧.୫ ମିଲିମିଟର କମ୍‌ ରହିଛି। କେବଳ ଯାଜପୁର ଜିଲ୍ଲାରେ ହାରାହାରି ବର୍ଷା ପରିମଣ ୬.୪ ପ୍ରତିଶତ ଅଧିକ ରହିଥିବା ଦର୍ଶାଯାଇଛି।

ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ରାୟଗଡ଼ା ଏବଂ ଗଜପତି। ଏହି ଦୁଇଜିଲ୍ଲାରେ ଯଥାକ୍ରମେ ୧୯୫.୩ ମିଲିମିଟର ଏବଂ ୧୯୯.୭ ମିଲିମିଟର ବର୍ଷା କମ୍‌ ହୋଇଛି। ପରିସ୍ଥିତି ନବଦଳିଲେ ଏହି ଦୁଇ ଜିଲ୍ଲାରେ ମରୁଡ଼ି ହେବା ସ୍ଵଭାବିକ ବୋଲି ଆଶଙ୍କା କରାଯାଉଛି।

ନୟାଗଡ଼, କେନ୍ଦୁଝର ବଲାଙ୍ଗିର, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପରିସ୍ଥିତିଉତ୍କଟ ରହିଛି। କୋରାପୁଟ, ଢେଙ୍କାନାଳ, ନବରଙ୍ଗପୁର ଜିଲ୍ଲାରେ ବର୍ଷା ପରିମାଣ ସାଧାରଣ ବର୍ଷାର ୧୯ ପ୍ରତିଶତରୁ ସମାନ୍ୟ କମ୍‌ ରହିଛି।

Leave a Reply

Your email address will not be published. Required fields are marked *