ପ୍ରେମ ଯୋଗୁ ବଢ଼ୁଛି ହତ୍ୟାକାଣ୍ଡ

ଭୁବନେଶ୍ଵର, (ଓଟି): ପ୍ରେମ ନେଉଛି ଜୀବନ! ଏ କଥା ନିରାସାବାଦୀଙ୍କ କଥା ହୋଇପାରେ କିନ୍ତୁ ବିଗତ ଦଶନ୍ଧିରେ ଭାରତର ଅପରାଧ ନଥିକୁ ଓଲଟାଇଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। କାରଣ ଯେତିକି ହତ୍ୟା କାଣ୍ଡ ବିଗତ ଦଶନ୍ଧିରେ ଘଟିଛି, ସେଥିରୁ ଅଧିକାଂଶ ହତ୍ୟାକାଣ୍ଡ ପଛର ମୂଳ କାରଣ ହେଉଛି ପ୍ରେମ। ଏ ମାମଲାରେ ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ସବୁଠାରୁ ଆଗୁଆ ରହିଛି। ଆଉ ଆମ ରାଜ୍ୟରେ  ହତ୍ୟଶ କାଣ୍ଡ ମାମଲାର ୪ର୍ଥ କାରଣ ଭାବେ ପ୍ରେମକୁ ଦର୍ଶଯାଇଛି। 

ଅର୍ଥାତ୍‌ କିଏ ପ୍ରେମ କରି ବିଫଳ ହେଲେ ବା କେଉଁଠି ପ୍ରେମିକାକୁ ଆଉ କିଏ ବାହା ହେଲେ ଏପରି ହତ୍ୟା କାଣ୍ଡ ଘଟୁଛି। 

ଜାତୀୟ ଅପରାଧ ନଥିର ହିସାବ ଅନୁସାରେ ଭାରତରେ ଘଟୁଥିବା ସମୁଦାୟ ହତ୍ୟାକାଣ୍ଡଗୁଡ଼ିକର ୨୮ ପ୍ରତିଶତ ହେଉଛଇ ବିଫଳ ପ୍ରେମଜନିତ। ଯଦିଓ କାହାର ଜୀବନ ନେବା ବା ହତ୍ୟା କରିବାକୁ ଏବେ ଲୋକେ ପଛ ଘୁଞ୍ଚା ଦେଉଛନ୍ତି ଏବଂ ଭାରତରେ ହତ୍ୟା କାଣ୍ଡ ମାମଲା ୨୦୦୧ ତୁଳନାରେ ୨୦୧୭ରେ ଯଥେଷ୍ଟ କମିଛି କିନ୍ତୁ ପ୍ରେମଜନିତ ହତ୍ୟାକାଣ୍ଡ ସଂଖ୍ୟା ବଢ଼ିବା ଉଦ୍‌ବେଗ ସୃଷ୍ଟି କରିଛି। 

୨୮ ପ୍ରତିଶତ ଅଭିବୃଦ୍ଧି 

ରେକର୍ଡ଼ ଅନୁସାରେ ୨୦୧୭ରେ ସମୁଦାୟ ୨୮ ହଜାର ୬୫୩ଜଣଙ୍କୁ ହତ୍ୟା କରାଯାଇଛି। ୨୦୦୧ ମସିହାରେ ଏହି ସଂଖ୍ୟା ଥିଲା ୩୬ ହଜାର ୨୦୨ ଜଣ। ଅର୍ଥାତ୍‌ ଗଲା ୧୭ ବର୍ଷ ଭିତରେ ହତ୍ୟା କାଣ୍ଡ ମାମଲା ୨୧ ପ୍ରତିଶତ କମିଛି। ହେଲେ ଏହି ସମୟ ଭିତରେ ୪୪ହଜାର ୪୧୨ ଜଣଙ୍କୁ ପ୍ରେମ କାରଣରୁ ହତ୍ୟା କରାଯିବା ଏକ ଭିନ୍ନ ସାମାଜିକ ସମୀକରଣକୁ ବ୍ୟକ୍ତ କରୁଛି। ଏହି ରିପୋର୍ଟର ତଥ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ, ଏହି ୧୭ବର୍ଷର ସମୟ ଭିତରେ ୬୭ହଜାର୭୭୪ଜଣଙ୍କୁ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି। କିନ୍ତୁ ୨୦୦୧ ମସିହାରେ ଯେଉଁ ପରିମାଣରେ ବ୍ୟକ୍ତିଗତ ଶତ୍ରୁତା ହେତୁ ହତ୍ୟା କାଣ୍ଡ ଘଟୁଥିଲା ଏବେ ସେଥିରେ ୪ ପ୍ରତିଶତ ହ୍ସର ଘଟିଛି। ସେହିପରି ପାରିବାରିକ ସମ୍ପତ୍ତି ବା ସମ୍ପତ୍ତି ମାମଲାରେ ୧୨ ପ୍ରତିଶତ ହ୍ରାସ ଘଟିଛି। ଏହି ସମୟରେ ସମୁଦାୟ ସମ୍ପତ୍ତିଗତ ହତ୍ୟାକାଣ୍ଡ ୫୧ ହଜାର ୫୫୪ ଜଣ ରହିଛି। 

ଗଲା ୩ ବର୍ଷର ତଥ୍ୟକୁ ଅନୁଶୀଳନ କଲେ କିନ୍ତୁ ପ୍ରେମଜନିତ ହତ୍ୟା ମାମଲାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୫ ମସିହାରେ ୧୩୭୯ ଜଣଙ୍କୁ ପ୍ରେମ କାରଣରୁ ମାରି ଦିଆଯାଇଥିଲା। ୨୦୧୬ ମସିହାରେ ଏହି ସଂଖ୍ୟା ୧୪୯୩କୁ ବୃଦ୍ଧି ପାଇଥିଲା। କିନ୍ତୁ ୨୦୧୭ ମସିହାରେ ଏହି ସଂଖ୍ୟା ୧୩୯୦ ଥିବା ଉଲ୍ଲେଖ ରହିଛି। 

ସର୍ବାଗ୍ରେ ଆନ୍ଧ୍ରପ୍ରଦେଶ

ଆନ୍ଧ୍ର ପ୍ରଦେଶରେ ପ୍ରତିଦିନ ଜଣଙ୍କଜୀବନ ପ୍ରେମ ପାଇଁ ଯାଉଛି। ଅର୍ଥାତ୍‌ ଦିନକୁ ଜଣଙ୍କୁ ହତ୍ୟା କରାଯାଉଛି। ଏହି ସମୟ ଭିତରେ ୩୮୪ଜଣଙ୍କ ଜୀବନ ଯାଇଛି। ଆନ୍ଧ୍ର ତଳକୁ ମହାରାଷ୍ଟ୍ର ରହିଛି ଯେଉଁଠାରେ ୨୦୧୭ ମସିହାରେ ୨୭୭ଜଣଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ୧୫୬, ପଞ୍ଜାବରେ ୯୮ଜଣଙ୍କ ମୃତ୍ୟୁ ଘଟିଛି। 

 

Leave a Reply

Your email address will not be published. Required fields are marked *