ଓଡ଼ିଶାରେ ୪ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ୧୧ଏପ୍ରିଲ୍ରେ ୪ ଲୋକସଭା ଆସନ
ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ୪ଟି ଭିନ୍ନ ପର୍ଯ୍ୟାୟରେ ମତ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୧ ଏପ୍ରିଲ୍ ଗୁରୁବାରଦିନ ହେବ। ଏହିଦିନ ୪ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ମାର୍ଚ ୧୮ ତାରିଖରେ ଏଥିରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୫ ମାର୍ଚରୁ ଆରମ୍ଭ ହେବ ନାମାଙ୍କନ। ନାମାଙ୍କନ ଶେଷ ତାରିଖ ହେବ ୨୬ ମାର୍ଚ। ୨୮ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ।
ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ଟି ଆସନ ସ୍ଥିର କରାଯାଇଛି। ୧୮ ଏପ୍ରିଲ୍ରେ ଏଥିପାଇଁ ଭୋଟ୍ ଗ୍ରହଣ ହେବ। ଏଥିଲାଗି ୧୯ ମାର୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୫ରୁ ୨୭ ତାରିଖ ଭିତରେ ନାମାଙ୍କନ ଦାଖଲ ହେବ। ୨୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରରର ଶେଷ ତାରିଖ ରହିବ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଆସନ ସାମିଲ୍ ହେବ। ୨୩ ଏପ୍ରିଲ୍ରେ ଏଥିନେଇ ଭୋଟ୍ ଗ୍ରହଣ ହେବ। ୨୮ ମାର୍ଚରେ ବିଜ୍ଞପ୍ତି ପ୍ରକାଶ ହେବ। ୪ତାରିଖରୁ ନାମାଙ୍କନ ଆରମ୍ଭ। ୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ। ୮ ତାରିଖ ସୁଦ୍ଧା ପ୍ରତ୍ୟାହାର। ୧୮ ଏପ୍ରିଲ୍ରେ ହେବ ନିର୍ବାଚନ।
ଚତୁର୍ଥ ପର୍ଯ୍ୟାୟ ନିବର୍ର୍ାଚନ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଓଡ଼ିଶାରେ ୨୯ ଏପ୍ରିଲ୍ରେ ହେବ। ୬ ନିବ;ାଚନ ମଣ୍ଡଳୀରେ ଏହି ନିର୍ବାଚନ ହେବ।
ଏସବୁ ନିର୍ବାଚନର ଫଳାଫଳ ୨୩ ମେ ଗଣନା କରାଯିବ।











