ତୃତୀୟ ଥର ପାଇଁ ଲୋକସଭାରେ ‘ଟ୍ରିପଲ୍‌ ତଲାକ୍‌’ ବିଲ୍‌ ପାରିତ

ଭୁବନେଶ୍ଵର, (ଓଟି): ଲୋକସଭାରେ ତୃତୀୟଥର ପାଇଁ ଟଅିପଲ୍‌ ତଲାକ୍‌ ବିଲ୍‌ ପାରିତ ହୋଇଛି। ତାହା ପୁଣି ତିନି ମାସ ସମୟ ଭିତରେ। ଗଲା ସରକାର ସମୟ ବିଜେପି ଦୁଇଥର ଏହି ବିଲ୍‌କୁ ଲୋକସଭାରେ ପାରିତ କରାଇଥିଲା। ଏପରିକି ଏଥିପାଇଁ ଏକ ଅଧ୍ୟାଦେଶ ଜାରି କରିଥିଲା। କିନ୍ତୁ ରାଜ୍ୟସଭା ଲୋକସଭାର ଏହି ବିଲ୍‌କୁ ଗ୍ରହଣ ନକରିଥିବାରୁ ତାହା ଆଇନରେ ପରିଣତ ହୋଇପାରି ନଥିଲା। ଏପରିକି ରାଜ୍ୟସଭାରେ ଗ୍ରହଣ ପୂବର୍ରୁର୍ ଲୋକସଭା ଭାଙ୍ଗିଯାଇଥିଲା। ଏଣୁ ବିଜେପି ସରକାର ପକ୍ଷରୁ ଏହି ବିଲ୍‌କୁ ପୁଣିଥରେ ଲୋକସଭାରେ ଉପସ୍ଥାପନ କରାଯାଇ ପାରିତ କରାଯାଇଛି।

ଗୁରୁବାର ଲୋକସଭାରେ ଏହି ବିଲ୍‌ ସପକ୍ଷରେ ୩୦୩ ଭୋଟ୍‌ ମିଳିଥିବାବେଳେ ବିପକ୍ଷରେ ୮୦ ଭୋଟ୍‌ ମିଳିଥିଲା। କଂଗ୍ରେସ ଏବଂ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ।

ମୁସ୍‌ଲିମ୍‌ ମହିଳା ଅଧିକାର ସୁରକ୍ଷା ଓ ବିବାହ ନିୟମ ସମ୍ବନ୍ଧୀୟ ଏହି ଡ୍ରାଫ୍ଟ ବିଲ୍‌ ତତ୍‌କ୍ଷଣାତ୍‌ ଟ୍ରିପଲ୍‌ ତଲାକ୍‌କୁ ବେଆଇନ ଭାବେ ଗ୍ରହଣ କରୁଛି। ଏଥିପାଇଁ ତିନିବର୍ଷ କାରାଦଣ୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ମୁସଲ୍‌ମାନ ମହିଳାଙ୍କ ସ୍ଵାର୍ଥ ରକ୍ଷା କରିବ ବୋଲି ଆଲୋଚନା ହେଉଥିଲେ ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରି କହିଛନ୍ତି ଯେ, ଟ୍ରିପଲ୍‌ ତଲାକ୍‌ ଦେଉଥିବା ବ୍ୟକ୍ତିଙ୍କୁ ଅପରାଧୀ ବୋଲି ଗ୍ରହଣ କରିବା ଲାଗି ଏହି ଆଇନ ବ୍ୟବସ୍ଥା କରାଯାଇଛି। କକେନ୍ଦ୍ର ଆଇନ ମନ୍ତ୍ରୀ ଏହାକୁ ବିରୋଧ କରି କହିଛନ୍ତି ଯେ, ଭାରତର ଦଣ୍ଡବିଧି ଆଇନ ଏହିଆଇନର ଉପରେ ରହିଛି।

ଏବେ ଅପେକ୍ଷା ରାଜ୍ୟସଭାରେ ଏହି ବିଲ୍‌ ଗ୍ରହଣ ହେଉଛି କି ନା। ଯେହେତୁ ଶାସକ ଦଳର ସଂଖ୍ୟା ରାଜ୍ୟସଭାରେ ବଢ଼ଇଛି ଏବଂ କଂଗ୍ରେସ ବିରୋଧୀ ଅନ୍ୟ ବିରୋଧୀ ଦଳ ଯେମିତି ବିଜୁ ଜନତା ଦଳ ସରକାରଙ୍କୁ ସମର୍ଥନ କରୁଛନ୍ତି, ଟଅିପଲ୍‌ ତଲାକ୍‌ ବିଲ୍‌ ଏଥର ଆଇନରେ ପରିଣତ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *