LockDown4.0: ୩୧ ଯାଏ ବଢ଼ିଲା କଟକଣା, ଖୁବ୍‌ଶୀଘ୍ର ନିୟମାବଳୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌ ): କେନ୍ଦ୍ର ସରକାର ଲକ୍‌ଡାୁନ୍‌ କଟକଣାକୁ ମେ’ ୩ ଯାଏ ବଢ଼ାଇଛନ୍ତି। ଏନେଇ ଆବଶ୍ୟକ ନିୟମାବଳୀ ପ୍ରସ୍ତୁତ କରିବାକୁ ଏନ୍‌ଡିଏମ୍‌ଏକୁ ଦାୟିତ୍ଵ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରଧୀକରଣଙ୍କ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକ ଆହ୍ନା କରାଯାଇଛି ।

ସରକାରଙ୍କ ନିଷ୍ପତ୍ତି ମୁତାବକ ଏହି ସମୟରେ ଅର୍ଥନୀତିକ କାରବାର ଜାରି ରହିବ। ଦେଶ ଯେମିତି ପୁଣି ଅର୍ଥନୀତିକ କାରବାରକୁ ଫେଣିବ ସେଥିନେଇ ଆବଶ୍ୟକ ଘୋଷଣା ହେବ। ତେବେ ଲକ୍‌ଡାୁନ୍‌ କଟକଣା କେବଳ ଅବରୋଧ ଜୋନ୍‌ରେ ସୀମିତ ରହିବ ବୋଲି  ସମ୍ଭାବନା ପ୍ରକାଶ ପାଇଛି।

କରୋନା ଭୁତାଣୁ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଲାଗି କେନ୍ଦ୍ର ସରକାର ମାର୍ଚ ୨୫ରେ ଦେଶ ସାରା ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ୨୧ ଦିନ ପାଇଁ ଘୋଷଣା କରାଯାଇଥିଲା । ଏହାପରେ ଏପ୍ରିଲ୍‌ ୧୫ରେ ଦ୍ଵିତୀୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଦୁଇ ସପ୍ତାହ ପରେ ପୁଣି ଏହି ଲକ୍‌ଡାଉନ୍‌କୁ ମେ’ ମାସ ୩ ତାରିଖରେ ଶେଷ ଥର ଲାଗି ସଂପ୍ରସାରଣ କରାଯାଇଥିଲା। ଏହା କେନ୍ଦ୍ର ସରକାରଙ୍କ ଚତୁର୍ଥ ଲକ୍‌ଡାଉନ୍‌ ଘୋଷଣା।

ପ୍ରଥମ ଲକ୍‌ଡାଉନ୍‌ରେ ସାରା ଦେଶରେ କର୍ଫ୍ୟୁ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ତୃତୀୟ ଲକ୍‌ଡୁଉନ୍‌ରେ ଏହା ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ରେ ଅଧିକ କଟକଣା ସହ ସୀମିତ ଥିଲା। ଚତୁର୍ଥ ଲକ୍‌ଡାଉନ୍‌ ସମୟରେ କଟକଣା ଆହୁରି କୋହଳ ହେବ ବୋଲି ଆଶା କରାଯାଇଛି ।

Leave a Reply

Your email address will not be published. Required fields are marked *