#Lockdown3.0: କେଉଁଠି, କେତେ, କ’ଣ ହେବ କୋହଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’୩ ତାରିଖରୁ ଲକ୍‌ଡାଉନ୍‌ କଟକଣା ଉଠିବ ନା ବଢ଼ିବ ସେ ନେଇ ଥିବା ଦ୍ଵନ୍ଦ୍ଵ ଦୂର ହୋଇଛି। ଗୃହ ମନ୍ତ୍ରଣାଳୟ ଏନେଇ ସ୍ପଷ୍ଟ ଆଦେଶନାମା ଜାରି କରିଛନ୍ତି। ମେ’ ୧୭ ତାରିଖ ଯାଏ ଏହି ଲକ୍‌ଡାଉନ୍‌ ବୃଦ୍ଧି ହୋଇଛି। କିନ୍ତୁ ବିଭିନ୍ନ ସ୍ଥାନରେ ଜୀବନଯାତ୍ରାକୁ ସ୍ଵଭାବିକ କରିବା ପାଇଁ ଉଦ୍ୟମ କରାଯାଇଛି। ଦେଶର ୩୧୯ ଜିଲ୍ଲାରେ ପ୍ରାୟ ସବୁ ସେବା ସ୍ଵଭାବିକ କରାଯାଇଛି। ଏଥିରେ କଟକଣା ଅନେକ ମାତ୍ରାରେ କୋହଳ କରାଯାଇଛି। କିନ୍ତୁ ସୋଶାଲ୍‌ ଡିଷ୍ଟାନ୍ସିଂ, ମୁହଁରେ ମାସ୍କ, ସ୍ୟାନିଟାଇଜରକୁ ଏହି ସେବା ଓ କାର୍ଯ୍ୟରେ ଲାଗୁ କରାଯାଇଛି। ଆସନ୍ତୁ ନଜର ପକାଇବା କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌-୩ରେ କ’ଣ କେଉଁଠି କେମିତି ହେବ ଜୀବନ ଓ ବ୍ୟବସାୟ ସ୍ଵଭାବିକ?

ରେଡ୍‌ ଜୋନ୍‌

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦେଶକୁ ତିନୋଟି ବିଭିନ୍ନ ଜୋନ୍‌ରେ ବିଭକ୍ତ କରିଛନ୍ତି। ଏହି ଜୋନ୍‌ ଗୁଡ଼ିକ ହେଲା ରେଡ୍‌ ଜୋନ୍‌ ବା ଅତି ସମ୍ଦେନଶୀଳ ଜିଲ୍ଲା। ଏଥିରେ ଦେଶର ୧୩୦ ଜିଲ୍ଲାକୁ ବଛାଯାଇଛି। ଜିଲ୍ଲାରେ ଥିବା ସକ୍ରିୟ ରୋଗୀଙ୍କ ସଂଖ୍ୟା, ଦ୍ଵିଗୁଣିତ ହେବା ହାର, ଟେଷ୍ଟିଂ ଓ ସର୍ଭିଲାନ୍ସ ବ୍ୟବସ୍ଥାକୁ ଆଖିରେ ରଖି ଏହି ଜିଲ୍ଲାଗୁଡ଼ିକୁ ଅତି ସମ୍ବେଦନଶୀଳ ଜୋନ୍‌ ବୋଲି ଘୋଷଣା କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ଏବେ ବି  ଜୀବନ କଠୋର ରହିବ। ଆମ ରାଜ୍ୟର ୩ଟି ଜିଲ୍ଲା ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ। ଏଗୁଡ଼ିକ ହେଲା ଭଦ୍ରକଳ ବାଲେଶ୍ଵର ଏବଂ ଯାଜପୁର। ରାଜ୍ୟ ସରକାର ଚାହିଁଲେ ଅନ୍ୟ ଜିଲ୍ଲାକୁ ରେଡ୍‌ ଜୋନ୍‌ରେ ଚିହ୍ନିତ କରିପାରିବେ। ଯେଉଁ ଜିଲ୍ଲାରେ ମ୍ୟୁନିସିପାଲିଟି କର୍ପୋରେସନ୍‌ ରହିଛି ସେଠାରେ ମ୍ୟୁନିସିପାଲିଟି ଅଞ୍ଚଳ ଗୋଟିଏ ଜୋନ୍‌ ଏବଂ ଅନ୍ୟ ଅଞ୍ଚଳକୁ ଆଉ ଏକ ଜୋନ୍‌ ଭାବେ ବିଭକ୍ତ କରାଯାଇଛି। ଏହି ଅଞ୍ଚଳ ସାଧାରଣତଃ ସଂକ୍ରମିତ ଅଞ୍ଚଳ। ଆଉ ସମ୍ପୃକ୍ତ ଜିଲ୍ଲା ବା ମ୍ୟୁନିସିପାଲ୍‌ କର୍ତ୍ତୃପକ୍ଷ ଏହି ଅଞ୍ଚଳରେ ଅବରୋଧ ଅଞ୍ଚଳ ଘୋଷଣା କରିବେ। ଏହି ଅବରୋଧ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ୍‌ ବ୍ୟତୀତ ଆଉ କୌଣସି ସୁବିଧା ଉପଲବ୍ଧ ହେବ ନାହିଁ। ପୁଣି ସନ୍ଧ୍ୟା ୭ାୁ ସକାଳ ୭ ଯାଏ କୌଣସି ଲୋକ, ଅତ୍ୟାବଶ୍ୟକ ସେବା ଏଠାରେ ପ୍ରବେଶ କରିବା ନାହିଁ କି ବାହାରକୁ ଯାଇପାରିବ ନାହିଁ। ସିଆର୍‌ପିସି ଧାରୀା ୧୪୪ ଏଠାରେ ଲାଗୁ କରାଯାଇପାରିବ। 

  • ଅବରୋଧ ବାହାରେ ଥିବା ରେଡ୍‌ ଜୋନ୍‌ରେ ସାଇକେଲ୍‌, ରିକ୍ସା, ଅଟୋ, ଟ୍ୟାକ୍ସ, ସାଲୋନ୍‌, ସ୍ପା, ଜିଲ୍ଲା ଭିତରେ ବା ଜିଲ୍ଲା-ଜିଲ୍ଲା ଭିତରେ ବସ୍‌ ଚଳାଚଳ ହୋଇପାରିବ ନାହିଁ।
  • ୧୦ ବର୍ଷରୁ କମ୍ ବୟସ ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳାଙ୍କୁ ସବୁ ସମୟରେ ଘଷର ରହିବାକୁ ହେବ। 

 ରେଡ୍‌ ଜୋନ୍‌ରେ କ’ଣ ଚାଲୁ ରହିବ 

  • ଏହି ଅଞ୍ଚଳରେ ମେଡିକାଲ୍‌, କ୍ଲିନିକ୍‌, ଓପିଡି ଖୋଲା ରହିବ। 
  • ଲକ୍‌ଡାଉନ୍‌୨.୦ ଘୋଷିତ ସର୍ତ୍ତକୁ ରକ୍ଷା କରି ଦୋକାନ ଖୋଲା ରହିବ
  • ଚାରିଚକିଆ ଗାଡ଼ି ଚାଲିପାରିବ କିନ୍ତୁ ସେଥିରେ ଡ୍ରାଇଭରକୁ ମିଶାଇ ୩ ଜଣ ବସିପାରିବେ। ଗାଡ଼ି ଯିବା ଆସିବା କାରଣ ଥିବା ଦରକାର। ଏଥିଲାଗି ପୂର୍ବରୁ ଅନୁମତି ନିଆଯାଇଥିବା ଆବଶ୍ୟକ। ଦୁଇଚକିଆ ଗାଡ଼ିରେ କେବଳ ଜଣେ ଯିବେ। ପଛରେ କାହାକୁ ବସିବାକୁ ଅନୁମତି ନାହିଁ। କାରଖାନା, ବ୍ୟବସାୟିକ ଅନୁଷ୍ଠାନ ଗାଡ଼ି ଆବଶ୍ୟକ ନିୟମରେ ଚାଲିବ। 
  • ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତି, ଆଇଟି ହାର୍ଡଓ୍ବେର୍‌ ନିର୍ମାଣ କମ୍ପାନୀ ପ୍ରଭୃତି କାର୍ଯ୍ୟ ଜାରି ରଖିବେ। 
  • ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟ ଚାଲିବ। ଏମ୍‌ଏନ୍‌ଆରଇଜିଏସ୍‌ କାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟ, ଇଟା ଭାଟି ଚାଲିବ। ଶପିଂ ମଲ୍‌କୁ ଛାଡ଼ି ଅନ୍ୟ ସବୁ ଦୋକାନ ଖୋଲା ରହିବ। 
  • କୃଷି କାର୍ଯ୍ୟ, କୃଷି ଭିତ୍ତିକ ପରିବହନ ଜାରି ରହିବ। 
  • ବିଜୁଳି, ଟେଲିଫୋନ୍‌, ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥାକୁ ଅନୁମତି ରହିଛି। 

ଅରେଞ୍ଜ୍‌ ଜୋନ୍‌ରେ କ’ଣ ରହିବ?

ଦେଶର ୨୮୪ଟି ଜିଲ୍ଲା ଅରେଞ୍ଜ୍‌ ଜୋନ୍‌ ଭାବେ ଚିହ୍ନିତ।  ଓଡ଼ିଶାର ଖୋର୍ଦ୍ଧା, ସୁନ୍ଦରଗଡ଼,  କେନ୍ଦ୍ରାପଡ଼ା,କୋରାପୁଟ, ଢେଙ୍କାନାଳ ଓ କଳାହାଣ୍ଡି ପ୍ରଭୃତି ୬ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ବା ସମ୍ଦେନଶୀଳ ଅଞ୍ଚଳ ଭାବେ ଘେଶଷଣା କରାଯାଇଛି। ୨୧ ଦିନ ଧରି ଯଦି ଏଠାରେ ଆଉ କୌଣସି କରୋନା ରୋଗୀଙ୍କ ସୂଚନା ନମିଳେ ତେବେ ଏହାକୁ ବି ଗ୍ରାନ୍‌ଜୋନ୍‌ରେ ଜିଲ୍ଲାପାଳ ଘୋଷଣା କରିପାରିବେ। 

  • ଏହି ଜିଲ୍ଲାଗୁଡ଼ିକରେ ରେଡ୍‌ ଜୋନ୍‌ରେ ଯେଉଁ କାର୍ଯ୍ୟ ପାଇଁ ଅନୁମତି ରହିଛି ତାହା ସହ ଟ୍ୟାକ୍ସି, କ୍ୟାବ୍‌ ଚଳାଚଳ କରିପାରିବ। ସେଥିରେ କେବଳ ଜଣେ ପାସେଞ୍ଜରକୁ ନେଇ ଡ୍ରାଇଭର ଯାଇପାରିବେ। 
  • ଯଦି ଅନୁମତି ରହିଛି ତେବେ ଆନ୍ତଃ ଜିଲ୍ଲା ଯାତାୟାତ କରାଯାଇପାରିବ। 
  • ଏଠାରେ ବାଇକ୍‌ ପଛରେ ଆଉଜଣେ ବସି ଯାଇପାରିବେ। 

ଏବେ ଗ୍ରୀନ୍‌ ଜୋନ୍‌ କଥା।

ଦେଶର ୩୧୯ ଜିଲ୍ଲା ଗ୍ରୀନ୍‌ ଜୋନ୍‌। ଓଡ଼ିଶାର ୨୧ ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଆସନ୍ତୁ ନଜର ପକାଇବା କେଉଁ କାର୍ଯ୍ୟ ପାଇଁ ଅନୁମତି ଆବଶ୍ୟକ ନାହିଁ। 

ଏଠାରେ ସମସ୍ତ ବ୍ୟବସାୟ, କାରବାର ଅନୁମତି ରହିଛି। କିନ୍ତୁ ଯେଉଁ ବ୍ୟବସାୟ ଓ କାରବାର ଲାଗି ସାରା ଦେଶରେ ପ୍ରତିବନ୍ଧକ ଲାଗିଛି ତାହାକୁ ଏଠାରେ ଖୋଲା ଯାଇପାରିବ ନାହିଁ। 

  • ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିପାରିବ। 
  • ସମସ୍ତ ପରିବହନ ଯାନ ଚାଲିପାରିବ। ଏଥିଲାଗି କୌଣସି ସ୍ଵତନ୍ତ୍ର ଅନୁମତି ପତ୍ର ଆବଶ୍ୟକ ନାହିଁ। ଜିଲ୍ଲା-ଜିଲ୍ଲା ଓ ରାଜ୍ୟ-ରାଜ୍ୟ ଭିତରେ ଏହା ଚଳାଚଳ କରିପାରିବ

 

 

Leave a Reply

Your email address will not be published.