#Lockdownକୁ ନେଇ ସୋନିଆଙ୍କ ପ୍ରଶ୍ନ: ମେ’୧୭ ପରେ କ’ଣ ?

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାରମ୍ବାର ଲକ୍‌ଡାଉନ୍‌ ବଢ଼ାଇ ଚାଲିଥିବା ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ପ୍ରତ୍ୟକ୍ଷ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା ମେ’ ୧୭ରେ ତୃତୀୟ ପର୍ଯ୍ୟୟ ଲକ୍‌ଡାଉନ୍‌ ଶେଷ ହେବ, ତା’ ପରେ କ’ଣ ହେବ? ସରକାରଙ୍କ ପାଖରେ ଲକ୍‌ଡାଉନ୍‌ ବୃଦ୍ଧି ତଥା ଲାଗୁ ନେଇ କୌଣସି ଅଙ୍କ ରହିଛି କି? କେଉଁ ପ୍ରସଙ୍ଗକୁ ଭିତ୍ତିକରି ସରକାର ଲକ୍‌ଡାୁନ୍‌ ବଢ଼ାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଊଉଦ୍‌ବୋଧନ ଦେଇ ସୋନିଆ ଏହା କହିଛନ୍ତି। ଦେଶର ଲୋକେ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ମେ’ ୧୭ ପରେ କ’ଣ ହେବ? ପରିସ୍ଥିତି କିପରି ରହିବ? ଏ ସମ୍ପର୍କରେ  ନିଷ୍ପତ୍ତି ନେବା ଲାଗି ଦସରକାରଙ୍କ କିଛି ମାପ କାଠି ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ମାର୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଦେଶ ସାରା ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ୨୧ ଦିନ ପରେ ଏହା ଶେଷ ହେବାକୁ ଥିଲା କିନ୍ତୁ ଏପ୍ରିଲ୍‌୨୦ରୁ ଦ୍ଵିୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହେଲା। ଏହା ଏବେ ଶେଷ ହେବା ବେଳକୁ ପୁଣିଥରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ’ ୩ ତାରିଖରୁ ଘୋଷଣା କରାଯାଇଛି। ଏବେ ଏହି ପର୍ଯ୍ୟାୟ ବି ସରିବାକୁ ବସିଛି। ଏବେ କ’ଣ ହେବ, କିପରି ହେବ ବୋଲି ସୋନିଆ ପ୍ରଶ୍ନ ପଚାରିଛନ୍ତି।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଯଦିଓ ସରକାର ଅଥ;ନୀତିକ କାରବାର ଚାଲୁ ରଖିବାକୁ କିଛି ବ୍ୟବସ୍ଥାରେ କୋହଳ ଆଣିଛନ୍ତି କିନ୍ତୁ ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏ ଦେଶରେ କର୍ଫ୍ୟୁ ଜାରି କରାଯାଇଚି।

Leave a Reply

Your email address will not be published. Required fields are marked *