#Lockdown: କେରଳରେ ଖୋଲିବ ରେଷ୍ଟୁରାଣ୍ଟ, ଯୁଗ୍ମ-ଅଯୁଗ୍ମ ଭିତ୍ତିରେ ଚାଲିକ କାର୍‌

ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍‌): କେରଳରେ ସ୍ଥିତି ସ୍ଵଭାବିକ ହେବାକୁ ଯାଉଛି। କରୋନା ବୃଦ୍ଧି ସଂଖ୍ୟା ଗଲା ଦୁଇ ସପ୍ତାହ ହେଲା ୧ ଅଙ୍କରେ ସୀମିତ ରହିଛି। କଡ଼ା ଲକ୍‌ଡାଉନ୍‌ ପଦକ୍ଷେପ ଯୋଗୁ ସଫଳତା ପାଇଥିବା କେରଳ ଏବେ ନିଜର ଜୀବନଯାତ୍ରାକୁ ସ୍ଵଭାବିକ କରିବା ଲାଗି ଅଣ୍ଟା ଭିଡ଼ିଛି। ଏହିକ୍ରମରେ ୧୪ ଜିଲ୍ଲାରେ ରେଷ୍ଟୁରାଣ୍ଟ ଖେଶଲିବ ଏବଂ ଯୁଗ୍ମ -ଅଯୁଗ୍ମ ଭିତ୍ତିରେ କାର୍‌ ରାସ୍ତା ଉପରେ ଗଡ଼ିବ। ଏଥିଲାଗି ଆବଶ୍ୟକ ଅନୁମୋଦନ କେନ୍ଦ୍ର ସରକାରଙ୍କଠୁ ପାଇବା ପରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅର୍ଥାତ୍‌ ୧୪ଟି ଜିଲ୍ଲାରେ ଜନଜୀବନ ସ୍ଵଭାବିକ ଆଡ଼କୁ ମୁହାଁଇବ।

୨୧ ଦିନର ଲକ୍‌ଡାଉନ୍‌ ପରେ କେରଳ ସରକାର କେନ୍ଦ୍ର ସରକାରଙ୍କୁ କେରଳର ସମୁଦାୟ ଅଞ୍ଚଳକୁ ୪ଟି ଭିନ୍ନ ଭିନ୍ନ ଜୋନ୍‌ରେ ଭାଗ ବାଣ୍ଟି ସେଠାରେ ଲକ୍‌ଡାଉନ୍‌ କୋହଳ ପାଇଁ ଅନୁମତି ମାଗିଥିଲେ। ଏହି ୪ଟି ଜୋନ୍‌ ହେଉଛି ରେଡ୍‌, ଅରେଞ୍ଜ ଏ, ଅରେଞ୍ଜ-ବି ଏବଂ ଗ୍ରୀନ୍‌ ଜୋନ୍‌। ପର୍ଯ୍ୟାୟ କ୍ରମେ ଉଭୟ ଅରେଞ୍ଜ ଏବଂ ଗ୍ରୀନ୍‌ ଜୋନ୍‌ରେ ଲକ୍‌ଡାଉନ୍‌ ବ୍ୟବସ୍ଥାକୁ କେହାଳ କରିବା ପାଇଁ ରାଜ୍ୟ ଅନୁମତି ମାଗିଥିଲା। କିନ୍ତୁ ରେଡ୍‌ ଜୋନ୍‌ ସମସ୍ତ ଲକ୍‌ଡାଉନ୍‌ ନୀତିକୁ କଡ଼ା କଡ଼ି ଭାବେ ବଳବତ୍ତର ରଖିବାକୁ କୁହାଯାଇଥିଲା। ସୋଶାଲ୍‌ ଡିଷ୍ଟାନ୍ସିଂ, ହ୍ୟାଣ୍ଡୱାସ୍‌ ଭଳି ନିୟମକୁ ମାନି ଏହି କୋହଳ ବ୍ୟବସ୍ଥା ଆପଣାଇବା ଲାଗି ଶୁକ୍ରବାର ଦିନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

କୋଟା୍ରାମ୍‌ ଏବଂ ଇଡୁକି ଜିଲ୍ଲା ଦୁଇଟିରେ କୌଣସି ଲୋକ ଆକ୍ରାନ୍ତ ହୋଇ ନଥିବାରୁ ଏହି ଦୁଇ ଜିଲ୍ଲାରେ ସମସ୍ତ ବ୍ୟବସ୍ଥାରେ କେହଳ ଆସିବ। ଏଠାରେ ରେଷ୍ଟୁରାଣ୍ଟ ଓ ଦୋକାନ ବଜାର ଖୋଲିବାକୁ ଅନୁମତି ରହିଛି। କିନ୍ତୁ ଅରେଞ୍ଜ୍‌ ବି ଜିଲ୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୭ ଯାଏ ରେଷ୍ଟୁରାଣ୍ଟ ଖୋଲିପାରିବ। ସେହିପରି ପରିବାର ଲୋକଙ୍କ ପାଇଁ ଦୁଇଚକିଆରେ ଦୁଇଜଣଙ୍କ ବସିବାକୁ ଅନୁମତି ମିଳିଛ।ି

 

 

Leave a Reply

Your email address will not be published.