ଭୁବନେଶ୍ଵରରେ #Lockdown ହେଲା କୋହଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ଭୁବନେଶ୍ଵର ମହାନଗର ନିଗମରେ ଲକ୍‌ଡାଉନ୍‌ କୋହଳ ହୋଇଛି। ବିଭିନ୍ନ ସ୍ଥାନରେ ଅଟକିଥିବା ନିର୍ମାଣ କାର୍ଯ୍ୟ ତଥା ଗୃହ ନିର୍ମାଣ କାର୍ଯ୍ୟକୁ ଚାଲୁ କରିବା ପାଇଁ ଏହା ଦ୍ଵାରା ବାଟ ଫିଛି। ମହାନଗର ନିଗମ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ପରିସ୍ଥିତିର ସମୀକ୍ଷା କରାଯାଇଛି। ଏହାପରେ ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ୍‌ ଅଧୀନରେ ଥିବା ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଲକ୍‌ଡାୁନ୍‌ ସମୟରେ ଅନୁମତି ପ୍ରଦାନ କରାଯାଇଛି।

ଏହି ଅନୁମତି ବଳରେ ଏହି ଅଞ୍ଚଳରେ ନିର୍ମାଣ ସାମଗ୍ରୀ ଦୋକାନ ବି ଖୋଲା ରହିବ।  କିନ୍ତୁ ଉଭୟରେ କିଛି ସର୍ତ୍ତ ରଖାଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, କୋୗଣସି କୋଠାବାଡ଼ି ନିର୍ମାଣ ପାଇଁ ବାହାରୁ ଶ୍ରମିକ ଆସିବେ ନାହିଁ। ସେଠାରେ ଥିବା ଶ୍ରମିକ ଓ ମିସ୍ତ୍ରୀଙ୍କୁ ଲଗାଇ କାମ ହୋଇପାରିବ। ପୁଣି ନଦିନ ବେଳା କୌଣସି ନିର୍ମାଣ ସାମଗ୍ରୀ ଅଣାଯାିପାରିବ ନାହିଁ। ରାତି ୧୦ଟା ପରେ ସମ୍ପୃକ୍ତ ବିଲ୍ଡର, ବା ଏଜେନ୍ସୀ ପକ୍ଷରୁ ଏହି ସାମଗ୍ରୀ ଅଣାଯାଇପାରିବ। ତାହା ସକାଳ ୫ଔଟା ଭିତରେ ଶେଷ ହେବା ଦରକାର। ଅର୍ଥାତ୍‌ ନିର୍ମାଣ ପାଇଁ ବାଲି, ଗୋଡ଼ି, ସିମେଣ୍ଟ ଆବଶ୍ୟକକୁ ରାତି ୧୦ରୁ ସକାଳ ୫ଟା ସୁଦ୍ଧା ଆଣିବାକୁ ହେବ।

ଭୁବନେଶ୍ଵରରେ ଗଲା ୬ ଦିନ ହେଲା କୌଣସି କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ। ଏବେ ଭୁବନେଶ୍ଵରରେ ୨୯ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

ଅର୍ଥନୀତିକ କାରବାରକୁ ଗୁରୁତ୍ଵ ଦେବାକୁ ଯାଇ ଏହି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published.