#ଲକ୍‌ଡାଉନ୍‌: ଟ୍ୱିନସିଟିରେ ଚାଲିବ ଓଲା

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଯାତ୍ରୀବାହୀ ଯାନବାହାନ ସବୁ ବନ୍ଦ ରହିଛି। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଓ କଟକରେ #ଓଲାକୁ ଚଳାଚଳ ପାଇଁ ଅନୁମତି ମଳିଛି। ପ୍ରଥମ ପ୍ରଯ୍ୟାୟରେ ୧୦୦ଟି ଓଲା କାର୍‌କୁ କମିଶନରେଟ ପୁଲିସ ପକ୍ଷରୁ ପାସ୍ ପ୍ରଦାନ କରାଯାଇଛି। ତେବେ ଏହି କାର୍‌ କେବଳ ମେଡିକାଲ ସେବାରେ ଚଳାଚଳ କରିପାରିବ ବୋଲି ସ୍ପଷ୍ଟ କରାଯାଇଛି।

ସୂଚନା ଅନୁସାରେ ଲୋକଙ୍କୁ ଘରୁ ନେଇ ହସପିଟାଲ ପର୍ଯ୍ୟନ୍ତ ଯାଇପାରିବ ଓଲା। ସେହିପରି ଚାଳକଙ୍କ ସମେତ ମୋଟ ୩ଜଣ ବସିପାରିବେ କାର୍‌ରେ। ଅନ୍ୟ କୌଣସି ସ୍ଥାନକୁ ଯାଇପାରିବ ନାହିଁ କାର୍‌। ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ଦ୍ଵାରା କାର୍‌ଗୁଡ଼ିକର ଲୋକେସନ ଟ୍ରାକ୍‌ ମଧ୍ୟ କରାଯିବ। ମେଡିକାଲ୍‌ ବ୍ୟତୀତ ଅନ୍ୟ କେଉଁ ସ୍ଥାନକୁ କାର୍‌ ଯାଇଥିଲେ ଚାଳକଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ମେଡିକାଲ ସେବା ବ୍ୟତୀତ ଯଦି ଅନ୍ୟ କୌଣସି ଜରୁରୀ ସେବାରେ ଯିବାକୁ ହେବ ତାହେଲେ ପୁଲିସ୍‌  କଣ୍ଟ୍ରୋଲ୍‌ ରୁମ୍‌ ପାଖରୁ ଅନୁମତି ନେବାକୁ ପଡ଼ିବ।

Leave a Reply

Your email address will not be published.