#Lockdown: କାମ ଦେଇପାରିନୁ, ୩୮୦ କୋଟି ୩୯ ଲକ୍ଷ ଭତ୍ତା ଦିଅ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଏମ୍‌ଜି ଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ନେଇ ରାଜନୀତିକ ବଲ୍‌ ଖେଳିଛନ୍ତି ଓଡ଼ିଶା ସରକା।ର ଏକ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଏଥିନେଇ ୩୮୦ କୋଟି ୩୯ ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଛନ୍ତି। ଏଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ୨୧ ଦିନିଆ ଲକ୍‌ଡାଉନ୍‌ ଆଦେଶକୁ ପାଳନ କରିବାକୁ ଯାଇ ଶ୍ରମିକ ମାନଙ୍କୁ ଏମ୍‌ଜିଲଏନ୍‌ଆର୍‌ଜିଏ ଅନୁସାରେ କାମ ଦେବାରେ ସରକାର ବିଫଳ ହୋଇଛନ୍ତି। ଏଣୁ ସେମାନଙ୍କୁ ଯଥାର୍ଥ ଭତ୍ତା ଦେବାକୁ ହେବ। ହେଲେ ଏହି ଚିଠିରେ ରାଜ୍ୟ ଦ୍ଵାରା ଏହାର ପୂର୍ବ ତିନି ଦିନର ଲକ୍‌ଡାୁନ୍‌ ଘୋଷଣା ଯୋଗୁ କର୍ମ ଦିବସ ବାଧା ପାଇଥିବା ବାବଦରେ କିଛି ଉଲ୍ଳେଖ ନାହିଁ।

କେନ୍ଦ୍ର ସରକାର ମାର୍ଚ୨୫ ତାରିଖରେ ଦେଶ ସାରା ଲକ୍‌ଡାଉନ୍‌ ଆଦେଶ ଦେଇଥିଲେ। ଏହି ଦିନଠାରୁ ଜୀବନଯାତ୍ରା ସମ୍ପୂଣ୍ଣ ବନ୍ଦ ହୋଇଥିଲା। କରୋନା ମୁକାବିଲା ପାଇଁ ଏହି ପଦକ୍ଷେପ ନିହାତି ଆବଶ୍ୟକ ଥିଲା ବୋଲି କେନ୍ଦ୍ର ଏଥିନେଈଇ ସ୍ପଷ୍ଟୀକରଣ ଦେଇଛି। ଏହାକୁ ସମସ୍ତ ରାଜ୍ୟ ସରକାର ମଧ୍ୟ ଯଥାର୍ଥ ସମ୍ମାନ ଦେଇ ପାଳନ କରିଛନ୍ତି। ଏପରିକି ଓଡ଼ିଶା ଭଳି କିଛି ରାଜ୍ୟ ୨୫ ତାରିଖ ପୂର୍ବରୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ଓଡ଼ିଶାରେ ୨୩ ତାରିଖରୁ ଲକ୍‌ଡାଉନ୍‌ ହେତୁ ସବୁ କିଛି ବାଧା ପାଇଛି। ଯଦିଓ ଏହା ଆଂଶିକ ଭାବେ କିଛି ଜିଲ୍ଲାରେ ହୋଇଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଏ ବାବଦରେ କିଛି ଉଲ୍ଲେଖ ନାହିଁ।

ପ୍ରଧାନମନ୍ତ୍ରୀଙ୍କ ଲେଖିଥିବା ଏହି ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୧ ଦିନର ଲକ୍‌ଡାଉନ୍‌  ସମୟ ଲାଗି ସରକାରଙ୍କୁ ଅଣ ନିଯୁକ୍ତ ଭତ୍ତା ଦେବାକୁ ହେବ। ଏଥିନେଇ ଏକ ହିସାବ ମଧଧ୍ୟ ଦିଆଯାଇଛି। ହିସାବ ଅନୁସାରେ ଏବେ ୩୬ ଲକ୍ଷ ୧୦ ହଜାର ୭୯୭ ଜଣ ସକ୍ରିୟ ଶ୍ରମିକ ରହିଛନ୍ତି। ସେମାନଙ୍କୁ ମାର୍ଚ ମାସର ୨୫ରୁ ୩୧ତାରିଖ ଏବଂ ଏପ୍ରିଲ୍‌ ମାସର ୧ ତାରିଖରୁ ୧୪ ତାରିଖ ଯାଏ ୨୧ ଦିନର ଆଂଶିକ ଭତ୍ତା ମିଳିବା ଦରକାର। ଏହା ପ୍ରଥମ ୩୦ ଦିନର ଏକ ଚତୁର୍ଥାଂଶ ହେବା ଲାଗି ଆଇନ ବ୍ୟବସ୍ଥା ରହିଛି। ଏହିକ୍ରମରେ ରାଜ୍ୟକୁ ୩୮୦ କୋଟି ୩୯ ଲକ୍ଷ ଟଙ୍କା ଆବଶ୍ୟକ ହେଉଛି। ଏହି ଅର୍ଥକୁ ତୁରନ୍ତ ପଇଠ କରିବାକୁ ସେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published.