୨୦୧୯ରେ ଲିଭିଙ୍ଗ୍ କୋରେଲ୍ର ଜଲ୍ୱା
ନୂଆବର୍ଷ ଆସିବା ସହିତ ଫ୍ୟାଶନ୍ ଦୁନିଆରେ ମଧ୍ୟ ନୂତନତା ଆସିଛି । ଫ୍ୟାଶନ୍ ଦୁନିଆରେ କଲର୍ ଟ୍ରେଣ୍ଡକୁ ନେଇ ପ୍ରତିବର୍ଷ କିଛି ନା କିଛି ଏକ୍ସପରିମେଣ୍ଟ୍ କରାଯାଇଥାଏ, ଯାହାକି ଯୁବପିଢ଼ିଙ୍କୁ ଖୁବ୍ ଆକର୍ଷିତ କରେ । ଏହି ଧାରରେ ଚଳିତବର୍ଷ ଲିଭିଙ୍ଗ୍ କୋରେଲ୍ ଫ୍ୟାଶନ୍ ଦୁନିଆରେ ରାଜ୍ କରିବ ବୋଲି ‘ପେଣ୍ଟୋନ୍ କଲର୍ ଇନ୍ଷ୍ଟିଚ୍ୟୁଟ୍’ର ବିଶେଷଜ୍ଞମାନେ କହିଛନ୍ତି । ଗୋଲାପି ରଙ୍ଗର ହାଲ୍କା ସ୍ପର୍ଶ ଥିବା ଲିଭିଙ୍ଗ୍ କୋରେଲ୍ର ଜଲୱା
କେବଳ ପୋଷାକ କ୍ଷେତ୍ରରେ ନୁହେଁ, ହ୍ୟାଣ୍ଡ୍ବ୍ୟାଗ୍, ପର୍ସ, ଲିପ୍ଷ୍ଟିକ୍, ହୋମ୍ ଡେକୋର୍, କୁସନ୍ କଭର୍, ବେଡଶିଟ୍ ଓ ଫ୍ଲାୱାର୍ ଭାସ୍ ଓ ଲ୍ୟାମ୍ପରେ ମଧ୍ୟ ଦେଖିବାକୁ ମିଳିଛି । ମାର୍କେଟ୍ରେ ଛାଇ ରହିଥିବା ଲିଭିଙ୍ଗ୍ କୋରେଲ୍ ରଙ୍ଗର ଚାହିଦାକୁ ଦେଖି ବିଭିନ୍ନ କମ୍ପାନୀ ଏହି ରଙ୍ଗକୁ ପ୍ରାଧାନ୍ୟତା ଦେଇଛନ୍ତି ।
ଫ୍ୟାଶନ୍ ପଣ୍ଡିତମାନେ କହିଛନ୍ତି ଯେ ଲିଭିଙ୍ଗ୍ କୋରେଲ୍ ରଙ୍ଗ ସହିତ ସୌନ୍ଦର୍ଯ୍ୟ ଓ ସମୁଦ୍ରରେ ଥିବା ବନସ୍ପତିର ଭାବନା ମଧ୍ୟ ଜଡ଼ିତ । ତେଣୁ ଏହା ଫ୍ୟାଶନେବୁଲ୍ ସହିତ ନ୍ୟାଚୁରାଲ୍ ଲୁକ୍ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେବେ ଘର ହେଉ କିମ୍ବା ଅଫିସ୍ ଚଳିତବର୍ଷର ପ୍ରଥମ ଦୁଇ ସପ୍ତାହରୁ ହିଁ ଲିଭିଙ୍ଗ୍ କୋରେଲର ଜଲୱା ଚାରିଆଡ଼େ ଦେଖିବାକୁ ମିଳୁଛି ।
ତେଣୁ ନୂଆ ଫ୍ୟାଶନ୍ ଟ୍ରେଣ୍ଡ୍ ଅନୁଯାୟୀ ଆପଣ ମଧ୍ୟ ଏହି ରଙ୍ଗକୁ ଆପଣାନ୍ତୁ ଏବଂ ନିଜକୁ ବୋଲାନ୍ତୁ ଫ୍ୟାଶନ୍ ଅପ୍ଡେଟ୍ ।