ଲିଭ୍ଇନ ରିଲେସନସିପରେ ଯୌନ ସଂପର୍କ ଦୁଷ୍କର୍ମ ନୁହେଁ : ସୁପ୍ରିମକୋର୍ଟ
ଭୁବନେଶ୍ୱର,(ଓଟି): ଲିଭ ଇନ ରିଲେସନସିପରେ ରହୁଥିବା ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତିରେ ହୋଇଥିବା ଯୌନ ସଂପର୍କକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଲିଭ-ଇନ-ପାର୍ଟନରସିପରେ ଥିବା ପୁରୁଷ କୌଣସି କାରଣରୁ ଯଦି ମହିଳାଙ୍କୁ ବିବାହ କରିପାରିବେନି। ତେବେ ଏହା ଦୁଷ୍କର୍ମ ଅପରାଧ ଭାବେ ବିଚାର କରାଯିବ ନାହିଁ।

ଯଦି ବିବାହ ବନ୍ଧନରେ ଆବଦ୍ଧ ନ ହୋଇ ସୁଦ୍ଧା ଜଣେ ପୁରୁଷ ଓ ମହିଳା ରିଲେସନସିପରେ ଏକତ୍ର ରହୁଛନ୍ତି ଏବଂ ସହମତି ଭିତ୍ତିରେ ଉଭୟଙ୍କ ମଧ୍ୟରେ ଯୌନ ସଂପର୍କ ସ୍ଥାପିତ ହେଉଛି; ଏବଂ ପରବର୍ତ୍ତୀ ସମୟରେ ପୁରୁଷ ଜଣକ ଯଦି କୌଣସି କାରଣରୁ ସଂପୃକ୍ତା ମହିଳାଙ୍କୁ ବିବାହ କରିବା ପାଇଁ ଅସମର୍ଥ ହେଉଛନ୍ତି, ତେବେ ସେ କ୍ଷେତ୍ରରେ ମହିଳା ଜଣଙ୍କ ପୁରୁଷଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଗତ କରିପାରିବେ ନାହିଁ। ଖାଲି ଏତିକି ନୁହେଁ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ କରିପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
ଜଷ୍ଟିସ ଏକେ ସିକ୍ରି ଓ ଏସ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ କହିଛନ୍ତି ଏପରି ମାମଲାର ଶୁଣାଣି ବହୁତ ସାବଧାନ ପୂର୍ବକ ହେବା ଉଚିତ୍ । ଏପରି ମାମଲାରେ ଅଭିଯୋଗକାରିଣୀ ପ୍ରକୃତରେ ଅଭିଯୁକ୍ତକୁ ବିବାହ କରିବାକୁ ଚାହୁଁଛନ୍ତି, ନା ତାଙ୍କର ମନ୍ଦ ଉଦ୍ଦେଶ୍ୟ ରହିଛି ତାର ତଦନ୍ତ ହେବା ଉଚିତ୍ । ସେହିପରି ଅଭିଯୁକ୍ତ ନିଜ ଯୌନ ପୂର୍ତ୍ତି ପାଇଁ ମହିଳାଙ୍କୁ ପ୍ରଲୋଭିତ କରିଛି ନା ନାହିଁ ତାହା ଦ୍ଦûଙ୍କ ହେବା ଜରୁରୀ । ଯଦି ଖରାପ ଉଦ୍ଦେଶ୍ୟ ରଖି ମହିଳାଙ୍କ ସହ ଅଭିଯୁକ୍ତ ସଂପର୍କ ରଖିଥାଏ, ତେବେ ଦୁଷ୍କର୍ମ ମାମଲା ହୋଇପାରିବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି ।
ମହାରାଷ୍ଟ୍ରର ଜନୈକ ସରକାରୀ ଡାକ୍ତରଙ୍କ ତାଙ୍କ ସହ କାର୍ଯ୍ୟ କରୁଥିବା ଜନୈକା ନର୍ସଙ୍କ ସହ ଦୀର୍ଘ ଦିନ ଧରି ରିଲେସନସିପରେ ରହିଥଲେ। ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ଯୌନ ସଂପର୍କ ମଧ୍ୟ ସ୍ଥାପିତ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଡାକ୍ତର ଜଣକ ସଂପୃକ୍ତ ନର୍ସଙ୍କୁ ବିବାହ କରିବାକୁ ମନା କରିଦେବା ପରେ ନର୍ସ ଜଣକ ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଗତ କରିଥିଲେ। ଆଗତ ଅଭିଯୋଗରେ ନର୍ସ ଜଣକ କହିଥିଲେ ଯେ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଡାକ୍ତର ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ତେବେ, ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ଆଗତ ମାମଲାଟିକୁ ଖାରଜ କରିଦେଇଛନ୍ତି।