ବାଲେଶ୍ଵରରେ ଅଢ଼େଇ ବର୍ଷର ଝିଅକୁ କରୋନା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବାଲେଶ୍ଵର ଜିଲ୍ଲାରେ ଜଣେ ଅଢ଼େଇ ବର୍ଷର ଝିଅ କରୋନା ଆକ୍ରାନ୍ତ ହୋଇଥିବା ଖବ ମିଳିଛି। ଏହାଙ୍କ ପିତା, ମାତାଙ୍କଠାରେ କରୋନା ପଜିଟିଭ୍ ଟେଷ୍ଟ କରାଯାଇ ନାହିଁ। ସମ୍ପୃକ୍ତି ପରିବାରଙ୍କୁ କ୍ଵାରେଣ୍ଟିନ୍ରେ ରଖିବା ଲାଗି ପ୍ରଶାସନ ପଦକ୍ଷେପ ନେଇଥିବା ବାଲେଶ୍ଵର ଉପ ଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ଭୁବନେଶ୍ଵରର ଦୁଇ ଝିଅଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିଲା। ସେମାନେ ଝାରପଡ଼ା ଅଞ୍ଚଳର ଥିଲେ। ବାଲେଶ୍ଵରର ଯେଉଁ ଝିଅଙ୍କୁ କରୋନା ଚିହ୍ନଟ କରାଯାଇଛି ସେ ସବୁଠାରୁ କନିଷ୍ଠ। ତାଙ୍କ ଘର ନୀଳଗିରି ଅଞ୍ଚଳର ବ୍ରହ୍ମପୁରା ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଆଜି ସକାଳେ ଏହି ଖବର ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ପ୍ରଶାସନ ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି।
ଅଧିକ କରୋନା ସମ୍ପର୍କିତ ଖବର ପାଇଁ ନିମ୍ନରେ କ୍ଲିକ୍ କରନ୍ତୁ